କନକ ବ୍ୟୁରୋ:  ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଖାତାକୁ ୮୦୦ ଟଙ୍କାର ବୋନସ ପଠାଇଲେ ମୋହନ । ସୋହେଲାରୁ ଶୁଭାରମ୍ଭ କରିଛନ୍ତି ମୋହନ ମାଝୀ । ଚାଷୀଙ୍କ ଖାତାକୁ ଟଙ୍କା ପଠାଇବା ସହ ପୂର୍ବ ସରକାରଙ୍କୁ ଟାର୍ଗେଟ କରିଛନ୍ତି  ମୁଖ୍ୟମନ୍ତ୍ରୀ ।  ମଞ୍ଚରେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି  କହିଛନ୍ତି, ୨୪ବର୍ଷ ଶାସନରେ ପୂର୍ବ ସରକାର ଯାହା କରିପାରିନଥିଲେ ତାହା ୬ମାସ  ବିଜେପି ସରକାର କରି ଦେଖାଇଛି ।

Advertisment

ଯାହାକୁ ନେଇ ଇର୍ସାରେ ଜଳିଯାଉଛନ୍ତି ପୁର୍ବ ସରକାରର ନେତୃତ୍ୱ ଓ କଂଗ୍ରେସ । ପୂର୍ବ ସରକାର କେବଳ ଭୋଟ ବ୍ୟାଙ୍କ ତିଆରି କରିଥିଲେ। ଚାଷୀଙ୍କ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ନୂଆ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି  ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।