କନକବ୍ୟୁରୋ: ଆର.ଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଆରମ୍ଭ ହୋଇଥିବା ମମତା ସରକାରଙ୍କ ଅଡୁଆ ଥମିବାର ନାଁ ଧରୁନି। ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ମମତା ବାନାର୍ଜୀ ସରକାରଙ୍କ ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ସୂଚନାନୁସାରେ, ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ କହିଛନ୍ତି, ଲୋକଙ୍କ କ୍ରୋଧକୁ ଦୃଷ୍ଟିରେ ରଖି ଆମର କୌଣସି କର୍ମଚାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମଞ୍ଚ ଶେୟାର କରିବେ ନାହିଁ।

Advertisment

ବୋଷ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହିସବୁ କହିଥିଲେ। ନ୍ୟାୟ ପାଇଁ ଗାଦି ଛାଡିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  କୋଲାକତା ଡାକ୍ତର ଗଣଦୁଷ୍କର୍ମ ମାମଲାରେ  କୋଲକାତାରେ ଡାକ୍ତରମାନେ ଆନ୍ଦୋଳନ କରୁଛନ୍ତି । ସେପଟେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ  ମମତା ବାନାର୍ଜୀ ତୃତୀୟ ଥର ପାଇଁ ଡାକିଥିଲେ ।

ସଚିବାଳୟର କନଫରେନ୍ସ ହଲରେ ୨ ଘଂଟା ଅପେକ୍ଷା ବି କଲେ । କିନ୍ତୁ ଡାକ୍ତରମାନେ ଆଲୋଚନାର ଲାଇଭ ଷ୍ଟ୍ରିମିଂ ପାଇଁ ଅଡିବସିବାରୁ ବୈଠକକୁ ଆସିଲେ ନାହିଁ । ଫଳରେ ବୈଠକ ଫେଲ ମାରିଥିଲା । ଏଥିରେ କ୍ଷୁବ୍ଧ ହୋଇ  ମମତା ଇସ୍ତଫା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି । ମମତା ଆହୁରି କହିଛନ୍ତି,ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ମୋହ ନାହିଁ ।

ଡାକ୍ତରଙ୍କ ସହ ଆଲୋଚନା ପାଇଁ ୩ ଦିନ ଅପେକ୍ଷା କଲି । ପଶ୍ଚିମବଙ୍ଗର ଲୋକଙ୍କୁ ମୁଁ କ୍ଷମା ମାଗିବାକୁ ଚାହୁଁଛି ।  ଆଉ ରାଜ୍ୟବାସୀ ବି ମୋତେ କ୍ଷମା କରିଦେବେ ବୋଲି କହିଛନ୍ତି ମମତା । କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ଥମିବାରେ ନାଁ ଧରୁନି।

ସମସ୍ୟାର ସମାଧାନ ଦିଗରେ ଆଲୋଚନା ପାଇଁ ଡାକ୍ତରଙ୍କମାନେ ରଖିଥିବା ଦାବିକୁ ପ୍ରତ୍ୟାଖାନ କରିଛନ୍ତି ମମତା ସରକାର। ଗୁରୁବାର ସନ୍ଧ୍ୟାରେ ୫ଟାରେ ଡାକ୍ତରଙ୍କ ସହ ଆଲୋଚନା କରିବାକୁ ଡାକିଥିଲେ । ଡାକ୍ତରମାନେ ଆଲୋଚନା କରିବାକୁ ବି ଆସିଥିଲେ । ଆନ୍ଦୋଳନତ ଆଲୋଚନାର ଲାଇଭ ପ୍ରସାରଣ କରିବାକୁ ଡାକ୍ତର ଦାବି କରିବା ପରେ ପଶ୍ଚିମବଙ୍ଗ ସରକାର ଏଥିରେ ଅରାଜି ହୋଇଛନ୍ତି।