ଓଡିଶାରେ ହୋଇପାରିବନି ହାଇକୋର୍ଟ ବେଞ୍ଚ, ବିଧାନସଭାରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ

Advertisment

ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତଷ୍ଠା ନେଇ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି

ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତଷ୍ଠା ନେଇ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି

2

କନକବ୍ୟୁରୋ: ରାଜ୍ୟରେ ହାଇକୋର୍ଟ ବେଞ୍ଚ ପ୍ରତଷ୍ଠା ନେଇ ଏବେ କୌଣସି ପ୍ରସ୍ତାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ସ୍ପଷ୍ଟ କରିଛନ୍ତି। ଅଣତାରକା ପ୍ରଶ୍ନରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂଦେଓ ପ୍ରଶ୍ନ କରିଥିଲେ ଯେ, ବଲାଙ୍ଗୀରରେ ଓଡ଼ିଶା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି ଏବଂ ଏ ଦିଗରେ କଣ ପଦକ୍ଷେପ ନିଆଯାଇଛି। କଳିକେଶଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଏ ସଂକ୍ରାନ୍ତରେ ଆସିଥିବା ରାୟ ଅନୁଯାୟୀ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବାର ଯଥାର୍ଥତା ନାହିଁ।

ହାଇକୋର୍ଟ ବେଂଚ ନେଇ ମୁଖ୍ୟମନ୍ତ୍ରୀଙ୍କ ଉତରକୁ ନେଇ ଆରମ୍ଭ ହୋଇ ଯାଇଛି ରାଜନୀତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପଶ୍ଚିମଓଡିଶାର ଉଭୟ ବିରୋଧୀ ଓ ଶାସକ ଦଳ ବିଧାୟକ। ବଲାଂଗୀରର ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗରେ ମୋହନ ସରକାର ଉପରେ ଜୋରଦାର ବର୍ଷିଛନ୍ତି।  ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ ନେଇ ବିବାଦ ପରେ ସୁପ୍ରିମକୋର୍ଟ କହିଥିଲେ, ସମୟ ବଦଳିଛି। ଅନଲାଇନରେ ଶୁଣାଣି ପରିପ୍ରେକ୍ଷୀରେ ଆଉ  ବେଂଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe