କନକ ବ୍ୟୁରୋ : ହୋମଗାର୍ଡ ଇଣ୍ଟରଭ୍ୟୁ ବେଳେ ଟଳିପଡ଼ିଲେ ପରୀକ୍ଷାର୍ଥୀ । ଦେବଗଡ଼ ରିଜର୍ଭ ପୁଲିସ ପଡିଆରେ ହୋମଗାର୍ଡ ଇଣ୍ଟରଭ୍ୟୁ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି । ମୃତକ ଜଣଙ୍କ ରିଆମାଳ ଥାନା ବୁଡିଦୋ ଗାଁର ସାହେବ ଦେହୁରୀ । ଇଣ୍ଟରଭ୍ୟୁ ବେଳେ ଦୌଡ଼ ପରୀକ୍ଷା ପରେ ଅସୁସ୍ଥ ହୋଇପଡ଼ିଥିଲେ ସାହେବ।  ଆଶାୟୀଙ୍କ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ ସହ ୪ ଲକ୍ଷର ଅନୁକମ୍ପା ରାଶୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 
 
ସୂଚନାମୁତାବକ, ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରୀକ୍ଷାର୍ଥୀଙ୍କର ମୃତ୍ୟୁ ଘଟିଛି । ପରିବାର ଲୋକେ ଚିକିତ୍ସାରେ ଅବହେଳା ପାଇଁ ସାହେବର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି । ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି । 

Advertisment