ଯେକୌଣସି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ, ସନ୍ଧ୍ୟାରେ ମୋଦୀଙ୍କୁ ଭେଟିପାରନ୍ତି ମୋହନ

Advertisment

ଦିଲ୍ଲୀ ଗସ୍ତରେ ବି ଅଛନ୍ତି ମନମୋହନ ସାମଲ ।

ଦିଲ୍ଲୀ ଗସ୍ତରେ ବି ଅଛନ୍ତି ମନମୋହନ ସାମଲ ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋହନ!

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋହନ! Photograph: (KanakNews)

କନକ ବ୍ୟୁରୋ:  ଯେକୌଣସି ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ । ଆଜି ଓଡ଼ିଶା ଫେରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା । ମୋଦୀଙ୍କୁ ଭେଟିବା ପୂର୍ବରୁ ଭୁପେନ୍ଦ୍ର ଯାଦବ ଓ ବିଜୟ ପାଲ୍‌ ସିଂ ତୋମାରଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏଥିସହିତ ଦିଲ୍ଲୀ ଗସ୍ତରେ ବି ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଓଡ଼ିଶା ସଂପର୍କରେ ନିଷ୍ପତି ନେଉଥିବା ସବୁ ବଡ଼ନେତା ଦିଲ୍ଲୀ ଗସ୍ତରେ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ମୋହନ ଓ ମନମୋହନ । ଚୂଡାନ୍ତ ତାଲିକା ସଂପର୍କରେ ଚର୍ଚ୍ଚା ହୋଇ ବାଜିପାରେ ମୋହର । ଆସିପାରେ ସଂଗଠନ ଓ ନିଗମ ବୋର୍ଡ ସଂପର୍କିତ ତାଲିକା  । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe