କନକ ବ୍ୟୁରୋ: ଯେକୌଣସି ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ମୁଖ୍ୟମନ୍ତ୍ରୀ । ଆଜି ଓଡ଼ିଶା ଫେରୁନାହାନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ନେଇ ଚର୍ଚ୍ଚା । ମୋଦୀଙ୍କୁ ଭେଟିବା ପୂର୍ବରୁ ଭୁପେନ୍ଦ୍ର ଯାଦବ ଓ ବିଜୟ ପାଲ୍ ସିଂ ତୋମାରଙ୍କୁ ଭେଟିଛନ୍ତି ମୋହନ ମାଝୀ । ଏଥିସହିତ ଦିଲ୍ଲୀ ଗସ୍ତରେ ବି ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
ଓଡ଼ିଶା ସଂପର୍କରେ ନିଷ୍ପତି ନେଉଥିବା ସବୁ ବଡ଼ନେତା ଦିଲ୍ଲୀ ଗସ୍ତରେ ଅଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ମୋହନ ଓ ମନମୋହନ । ଚୂଡାନ୍ତ ତାଲିକା ସଂପର୍କରେ ଚର୍ଚ୍ଚା ହୋଇ ବାଜିପାରେ ମୋହର । ଆସିପାରେ ସଂଗଠନ ଓ ନିଗମ ବୋର୍ଡ ସଂପର୍କିତ ତାଲିକା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/04/modi-2025-09-04-17-05-57.jpg)