ସ୍କୁଲ ଶିକ୍ଷାକୁ ନେଇ ପୂର୍ବ ସରକାରଙ୍କୁ ଘେରିଲେ ମୁଖ୍ୟମନ୍ତ୍ରୀ । କହିଲେ, ଫାଇଭ-ଟି ସ୍କୁଲ ପିଲାଙ୍କୁ ଆସୁନଥିଲା ମିଶାଣ ଫେଡାଣ

Advertisment

ଫାଇଭ୍ ଟି’ ସ୍କୁଲ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ। ନବୀନ ସରକାର ସମୟରେ ହୋଇଥିବା ଫାଇଭ୍ ଟି’ ସ୍କୁଲକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍ କହିଛନ୍ତି, ପୂର୍ବରୁ ଫାଇଭ୍ ଟି’ନାଁ ରେ ଯେଉଁ ସ୍ମାର୍ଟ ସ୍କୁଲ କରାଯାଇଥିଲା ସେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଶାଣ ଫେଢାଣ ବି ଆସୁନଥିଲା। ଫାଇଭ୍ ଟି’ ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଅତି ନିମ୍ନ ସ୍ତରର ଥିଲା। ହାଇସ୍କୁଲ ଗଲା ବେଳକୁ ସେ ପିଲାମାନେ ତଳ ଶ୍ରେଣୀର ପାଠ ଜାଣୁନାହାନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Updated On

ଅଦ୍ୟତନ ହୋଇଛି
five t school

କନକବ୍ୟୁରୋ: ଫାଇଭ୍ ଟି’ ସ୍କୁଲ ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ। ନବୀନ ସରକାର ସମୟରେ ହୋଇଥିବା ଫାଇଭ୍ ଟି’ ସ୍କୁଲକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସିଏମ୍ କହିଛନ୍ତି, ପୂର୍ବରୁ ଫାଇଭ-ଟି  ନାଁ ରେ ଯେଉଁ ସ୍ମାର୍ଟ ସ୍କୁଲ କରାଯାଇଥିଲା ସେ ସ୍କୁଲର ଛାତ୍ରଛାତ୍ରୀଙ୍କୁ ମିଶାଣ ଫେଢାଣ ବି ଆସୁନଥିଲା। ଫାଇଭ-ଟି  ସ୍କୁଲରେ ଶିକ୍ଷା ବ୍ୟବସ୍ଥା ଅତି ନିମ୍ନ ସ୍ତରର ଥିଲା।

ହାଇସ୍କୁଲ ଗଲା ବେଳକୁ ସେ ପିଲାମାନେ ତଳ ଶ୍ରେଣୀର ପାଠ ଜାଣୁନାହାନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତଥ୍ୟ ରଖିଥିଲେ। ଏହି ଅବସରରେ ପ୍ରତି ପଞ୍ଚାୟତରେ ମଡେଲ ସ୍କୁଲ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଓଡ଼ିଶାର ପ୍ରଥମ ଶିକ୍ଷା ମନ୍ତ୍ରୀ ଗୋଦାବରୀଶ ମିଶ୍ରଙ୍କ ନାଁରେ ହେବ ସ୍କୁଲର ନାମକରଣ। ଆସନ୍ତା ୩ ମାସରେ ୧୬ ହଜାର ୧୦ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇବେ। ଚଳିତ ଆର୍ଥିକ ବର୍ଷରେ ୨୭ ହଜାର ୧୯୭ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe