କନକ ବ୍ୟୁରୋ : ଓଡିଶା ଫେରିଲେ ଚାମ୍ପିଅନ୍ ହକି ଟିମ୍ । ଜାତୀୟ ସିନିଅର ହକି ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ଚାମ୍ପିଅନ ଓଡ଼ିଶା ଟିମକୁ ଭବ୍ୟ ସ୍ବାଗତ କରାଯାଇଛି । ଚେନ୍ନାଇରେ ଅନୁଷ୍ଠିତ ଫାଇନାଲରେ ହରିୟାଣାକୁ ୫-୧ ଗୋଲରେ ପରାସ୍ତ କରିଥିଲା ଓଡ଼ିଶା । ଏଥିସହ ପ୍ରଥମଥର ପାଇଁ ପୁରୁଷ ହକି ଚାମ୍ପିଅନସିପରେ ସ୍ଵର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛି ଓଡ଼ିଶା ହକି ଟିମ୍ । ଶିଳାନନ୍ଦ ଲାକ୍ରା ଏକାକୀ ୩ଟି ଗୋଲ ଦେଇଥିଲେ । ସେହିପରି ଆକାଶ ତିର୍କୀ ଓ ପ୍ରତାପ ଲାକ୍ରା ଗୋଟିଏ ଲେଖାଏଁ ଗୋଲ କରିଥିଲେ ।
ଟ୍ରଫି ଧରି ଫେରିଲେ ଚାମ୍ପିଅନ୍ ଓଡ଼ିଶା ହକି ଟିମ୍ ; ଓଡିଶାରେ ଭବ୍ୟ ସ୍ୱାଗତ
ଓଡିଶା ଫେରିଲେ ଚାମ୍ପିଅନ୍ ହକି ଟିମ୍ । ଜାତୀୟ ସିନିଅର ହକି ଚାମ୍ପିଅନସିପରେ ସ୍ବର୍ଣ୍ଣ ପଦକ ଜିତିବା ପରେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଭୁବନେଶ୍ବରରେ ପହଞ୍ଚିବା ପରେ ଚାମ୍ପିଅନ ଓଡ଼ିଶା ଟିମକୁ ଭବ୍ୟ ସ୍ବାଗତ କରାଯାଇଛି ।
/kanak/media/media_files/2024/11/17/w8F0AE5T9Og456nzv1MJ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)