କନକ ବ୍ୟୁରୋ: ହଟିଲେ ମହିଳା କମିଶନ ଅଧ୍ୟକ୍ଷା । କାରଣ ଦର୍ଶାଅ ନୋଟିସ୍ ପରେ ହଟିଲେ ମୀନତି ବେହେରା । କାରଣ ଦର୍ଶାଅ ନୋଟିସର ସନ୍ତୋଷଜନକ ଉତ୍ତର ନମିଳିବାରୁ ପଦରୁ ମୀନତି ପଦରୁ ହଟିଥିବା ସୂଚନା ।
ମୀନତି କାର୍ଯ୍ୟଭାର ସମ୍ଭାଳିବାଠାରୁ ଏବେଯାଏଁ କୌଣସି କାର୍ଯ୍ୟକୁ ସୁଚାରୁ ଭାବେ କରିନାହାଁନ୍ତି । ଏହାସହ କେସ୍ ଡିସପୋଜାଲରେ ବା ମାମଲା ସମାଧାନ କରିବାରେ ଆବଶ୍ୟକତାଠାରୁ ଅଧିକ ବିଳମ୍ବ କରିଥିବା ନେଇ ସରକାର ତାଙ୍କ କାରଣଦର୍ଶାଅ ନୋଟିସ୍ ମାଗିଥିଲେ । ଏଥିରେ ମୀନତି ଯାହା ଉତ୍ତର ରଖିଥିଲେ ତାହା ଗ୍ରହଣଯୋଗ୍ୟ ହୋଇନଥିବା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଫଳରେ ତାଙ୍କୁ ଅକ୍ଟୋବର ୨୩ ତାରିଖରେ କମିଶନ ଅଧ୍ୟକ୍ଷା ପଦରୁ ଅବ୍ୟାହତି ଦିିଆଯାଇଥିଲା । ତଥାପି ସେ ଏହାକୁ ଭୃକ୍ଷେପ ନକରି ନିଜ ଆସନରେ ବସୁଥିଲେ ଏବଂ ତାଙ୍କ ପାଖକୁ କୌଣସି ନୋଟିସ୍ ଆସିନାହିଁ କହି ଏହାକୁ ଆଡେଇଦେଉଥିଲେ । ଆଜି ତାଙ୍କୁୂ ବିଦ୍ଧିବଦ୍ଧ ଭାବେ ସରକାର ପଦରୁ ହଟାଇଥିବା ନେଇ ନୋଟିଫିକେସନ୍ ଜାରି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/11/3K1EZlJQYxfzyH5IKMff.jpg)