କନକ ବ୍ୟୁରୋ :  ମହାକୁମ୍ଭରେ  ଚାଲିଛି ଆଇଏଏସ କୋଚିଙ୍ଗ । କୋଚିଙ୍ଗ ଦେଉଛନ୍ତି ଚା ବାଲା ବାବା । ସେ ପୁଣି  ମଉନ ରହିକି ଦେଉଛନ୍ତି  ୟୁପିଏସି କୋଚିଙ୍ଗ । ତେବେ ବାବା ଜଣଙ୍କର  ପ୍ରକୃତ ନାଁ ହେଉଛି ଦିନେଶ ସ୍ବରୂପ । ସମସ୍ତେ ତାଙ୍କୁ ଚା ବାଲା ବାବା ନମରେ ଡାକି ଥାଆନ୍ତି । ଏହି ବାବା  ୪୦ ବର୍ଷ  ହେଲା କଥା କହିନାହାଁନ୍ତି କି ଅନ୍ନ ଗ୍ରହଣ କରିନାହାଁନ୍ତି । ଦିନ ଖାଲି ୧୦  କପ୍‌ ଚା ପିଇଥାନ୍ତି । ଭକ୍ତମାନଙ୍କୁ ପ୍ରସାଦ ଭାବେ ଏହି  ଚା ଦେଇଥାନ୍ତି । ଖାସ୍‌ ଏଥିପାଇଁ ବାବାଙ୍କୁ ଚା ବାଲା ବାବା କୁହାଯାଉଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା କଥା ନ କହି  ପିଲାମାନଙ୍କୁ ଆଇଏଏସ୍‌  କୋଚିଙ୍ଗ ଦେଉଛନ୍ତି ।  ଏହା ଶୁଣିଲା ପରେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ  ଆଉ ଭାବୁଥିବେ ଏହା କିପରି ସମ୍ଭବ କଥା ନ କହି ସିଭିଲ ସର୍ଭିସ୍‌ ର କୋଚିଙ୍ଗ ଦେଉଛନ୍ତି ମଉନ ରହୁଥିବା ବାବା । ଆସନ୍ତୁ ଜାଣିବା  ଚା ବାଲାଙ୍କ ବାବାଙ୍କ ରୋଚକ କଥା ଯାହା ଆପଣ ଶୁଣିଲେ ହେବେ ତାଜୁବ ।  
 

Advertisment

ଦିନେଶ ସ୍ବରୂପ  ବାବା  ବିଏସସି କରିଛନ୍ତି । ତାଙ୍କ ବାପା ପ୍ରଧାନଶିକ୍ଷକ ଥିଲେ ବାପାଙ୍କ ନିଧନ ପରେ ଦିନେଶଙ୍କୁ ମଧ୍ୟ ଶିକ୍ଷା ବିଭାଗରେ ଅନୁକମ୍ପା ମୂଳକ  ନିଯୂକ୍ତି ମିଳିଥିଲା ।  କିନ୍ତୁ ଚାକିରି କରିନଥିଲେ ଦିନେଶ । କିନ୍ତୁ ଯୁବପିଢିଙ୍କୁ ଅଫିସର ବନାଇବା ଦିଗରେ  ଭିଡିଥିଲେ ଅଣ୍ଟା ।  ଆରମ୍ଭ କରିଦେଇଥିଲେ ୟପୁଏସି ସିଭିଲ୍‌  ସର୍ଭିସ୍‌ କୋଚିଙ୍ଗ । ପିଲାମାନଙ୍କୁ ଫ୍ରିରେ ଦେଇଥିଲେ କୋଚିଙ୍ଗ। ଯେବେଠାରୁ ମଉନ ରହିଛନ୍ତି ସେବେଠୁ ଓ୍ବାଟସଆପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ନୋଟସ୍‌  ତିଆରି କରି ପଠାଇଥାନ୍ତି । ସେହିପରି ୱାଟସଆପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ   ପ୍ରଶ୍ନର  ଉତ୍ତର ଲେଖିକି ଦେଇଥାନ୍ତି ।  ବିଦ୍ୟାର୍ଥିଙ୍କୁ ଶିକ୍ଷା ପ୍ରଦାନ କରି ତାଙ୍କୁ ଅଫିସର କରିବା ଲକ୍ଷରେ  ଚା ବାଲା ବାବା । ଏଥିସହିତ ମଉନ କାହିଁକି ରହିଛନ୍ତି ଏହାର ଉତ୍ତରରେ ବାବା କୁହନ୍ତି ମଉନ ରହିବା ଦ୍ବାରା ଉର୍ଜା ସଞ୍ଚୟ ହୋଇଥାଏ  ଯାହା ବିଶ୍ବ କଲ୍ୟାଣରେ କାମରେ ଆସିବ।  କୁମ୍ବ ମେଳାରେ ମଧ୍ୟ ବାବା  ଏପରି ଭାବେ ମୁଉନ ରହି ପିଲାଙ୍କୁ କୋଚିଙ୍ଗ ଦେଉଛନ୍ତି ।   
 

ମହାକୁମ୍ଭକୁ ହଜାର ହଜର ବାବାମାନଙ୍କ ଲାଗିଛି ଭିଡ । ମାଇଲ ମାଇଲ ଦୂରରୁ ମହାକୁମ୍ଭରେ ଆସି ପହଞ୍ଚୁଛନ୍ତି ଭିନ୍ନ ଭିନ୍ନ ବାବା ।  ଆସୁଥିବା ପ୍ରତ୍ୟେକ ବାବାଙ୍କର ରହିଛି କିଛିନା କିଛି ସ୍ବତନ୍ତ୍ରତା। ଖାସ୍‌ କରି ବାବାମାନଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଲାଗୁଛି ଭିଡ । ସେହି ବାବା ମାନଙ୍କ ମଧ୍ୟରୁ  ଏହି ଚା ବାଲା ବାବାଙ୍କୁ ନେଇ ଭାରି ଚର୍ଚ୍ଚା । ତିନୋଟି ଚକା ବିଶିଷ୍ଟ ଏକ ଗାଡିରେ  ବାବା  ବସି ପିଲାଙ୍କୁ ଅନଲାଇନ୍‌ ମାଧ୍ୟମରେ  ଶିକ୍ଷା ଦେଇଥାନ୍ତି।  ଏହି ଗାଡିରେ  କିଚେନ ସହ ବେଡରୁମ ମଧ୍ୟ ଉପଲବ୍ଧ ।  ଏହି ଗାଡିରେ ବାବା ଆରାମ କରିବା ସହ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରିଥାନ୍ତି । ଡ୍ରାଇଭିଙ୍ଗ ସିଟ୍‌ ପାଖରେ ଖାଇବା ପ୍ରସ୍ତତ କରିଥାନ୍ତି ବାବା । ବାବା କହିଛନ୍ତି  ଏହି ଗାଡି ହିଁ ମୋ ଘର ।  ଏହି ଗାଡିରେ ସାରା ଦେଶ ଭ୍ରମଣ କରିଥାନ୍ତି ବାବା ।