ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟ୍ । ସୁରକ୍ଷା ଅଭିଯାନର ହେବ ସମୀକ୍ଷା, ପାକିସ୍ତାନକୁ ନେଇ ରଣନୀତି ଉପରେ ହେବ ଆଲୋଚନା

ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ଏହି ବୈଠକରେ ଅପରେସନ ସିନ୍ଦୂର ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ ।

fdgfgdfd

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର କ୍ୟାବିନେଟ ବୈଠକ। ଏହା ପୂର୍ବରୁ ସକାଳ ୧୧ଟାରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ବସିବାକୁ ଯାଉଛି । ଅପରେସନ ସିନ୍ଦୂରର ସଫଳତା ପରେ ବସିବାକୁ ଯାଉଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ହୋଇପାରେ ଆଲୋଚନା । ଏହି ବୈଠକରେ ଅପରେସନ ସିନ୍ଦୂର ଅଧୀନରେ ଚାଲିଥିବା ସୁରକ୍ଷା ଅଭିଯାନର ସମୀକ୍ଷା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସୁରକ୍ଷା ଏବଂ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ମଧ୍ୟ ସାମିଲ ହେବେ । ଯୁଦ୍ଧ ବିରତି ପରେ ଏବେ ପାକିସ୍ତାନକୁ ନେଇ ଆଗକୁ ଭାରତର ରଣନୀତି କଣ ରହିବ ଏହି ବୈଠକରେ ଆଲୋଚନା ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe