କନକ ବ୍ୟୁରୋ : ଓଡିଶାର ବାତ୍ୟା ସ୍ଥିତିକୁ ନେଇ ସାହାଯ୍ୟ ପାଇଁ ପ୍ରତିଶୃତି ଦେଇଛନ୍ତି  ପ୍ରଧାନମନ୍ତ୍ରୀ ମୋଦି । କେନ୍ଦ୍ର କ୍ୟାବିନେଟରେ ହୋଇଛି ଆଲୋଚନା , ବାତ୍ୟାକୁ ନେଇ କେନ୍ଦ୍ରକୁ ଅବଗତ କରାଯାଇଛି । ବାତ୍ୟା ସମ୍ପର୍କିତ ସୂଚନା ଦେବାପାଇଁ କେନ୍ଦ୍ର ସରକାରଙ୍କ ସହ ଯୋଗାଯଗରେ ଅଛନ୍ତି ରାଜ୍ୟ ସରକାର । ଆବଶ୍ୟକିୟ ଏନଡିଆରଏଫ୍ ଟିମ୍ ମଧ୍ୟ କେନ୍ଦ୍ର ପଠାଇଛି । ଏନେଇ ସୂଚନା ଦେଇଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ । ଏପଟେ ୩ ଲକ୍ଷ ୬୨ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ୭ ହଜାର ୨୮୫ ବାତ୍ୟା ଆଶ୍ରୟସ୍ଥଳୀ ବ୍ୟବସ୍ଥା ହୋଇଛି । ୨ ହଜାର ୩୦୦ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ଲୋକଙ୍କ ଘର ଜଗିବାକୁ ପାଟ୍ରୋଲିଂ ବ୍ୟବସ୍ଥା ହୋଇଛି । ତେବେ ରାଜ୍ୟ ବାସୀଙ୍କୁ ଭୟବିତ ନହେବାକୁ ମୂଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।