କନକ ବ୍ୟୁରୋ : ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ । ଦ୍ବାଦଶରେ ପାସ୍ ହାର ୮୮ ଦଶମିକ ୩୯ ପ୍ରତିଶତ। ସମସ୍ତ ବିଭାଗର ପରୀକ୍ଷା ଫଳ ବାହାରିଛି । ଗତବର୍ଷ ତୁଳନାରେ ଏଥର ପ୍ରତିଶତ ବୃଦ୍ଧି ଅଧିକ ପାସ ହାର ରହିଛି । ଚଳିତ ବର୍ଷ ବି ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ୫.୯୪ ପ୍ରତିଶତ ଅଧିକ ରହିଛି ।
ମୋଟ ୧୭ ଲକ୍ଷ ୮୮ ହଜାର ପିଲା ଦ୍ବାଦଶ ପରୀକ୍ଷା ଦେଇଛନ୍ତି । ଛାତ୍ରଛାତ୍ରୀମାନେ cbse.gov.in cbseresults.nic.in ଏବଂ results.cbse.gov.in ସାଇଟକୁ ଯାଇ ନିଜର ଫଳ ଜାଣିପାରିବେ। ଗତବର୍ଷ ସିବିଏସଇ ରେଜଲ୍ଟ ମେ ୧୩ରେ ପ୍ରକାଶ ପାଇଥିଲା। ଗତବର୍ଷ ଦ୍ବାଦଶରେ ପାସ୍ ହାର ଥିଲା ୮୭.୯୮ % ।