କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଭିସୁଟ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ସିବିଆଇକୁ କାହିଁକି ମାମଲା ହସ୍ତାନ୍ତର କରାଯିବ ନି ସେନେଇ  ରାଜ୍ୟ ସରକାର ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ ଆଦିତ୍ୟ ମହାପାତ୍ରଙ୍କ କୋର୍ଟରେ ଆଜି ମାମଲାର ଶୁଣାଣି ହୋଇଥିଲା । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣୀ ଥିବା ବେଳେ ଏହା ମଧ୍ୟରେ ରାଜ୍ୟ ସରକାର କୋର୍ଟରେ ଉତ୍ତର ରଖିବେ । ୨୦୨୩ ଫେବୃୟାରୀ ୨୮ରେ ଭିସୁଟ ସମାବର୍ତ୍ତନ ଉତ୍ସବ ପରେ ଚିନ୍ମୟୀ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ପରେ ମାର୍ଚ୍ଚ ୧ରେ ଚିନ୍ମୟୀଙ୍କ ମୃତଦେହ ପାୱାର କେନାଲ ବ୍ରିଜରୁ ମିଳିଥିଲା । ବୁର୍ଲା ଥାନା ଏହି ଘଟଣାକୁ ହତ୍ୟା ନୁହେଁ ବରଂ କେନାଲରେ ପଡ଼ି ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଥିଲା। ତେବେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏବେ କୋର୍ଟ ସିବିଆଇ ତଦନ୍ତ କାହିଁକି ହେବ ନାହିଁ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।