କନକବ୍ୟୁରୋ: ତେଜୁଛି ଭରତପୁର ଥାନା ମାମଲା । ଘଟଣା ଦିନକୁ ଦିନ  ଜଟିଳ ହେବାରେ ଲାଗିଛି । ଏବେ ପୁଣି ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଏକାଧିକ ଭିଡିଓ ଭାଇରାଲ ହେବା ପରେ କିଏ ଠିକ୍, କିଏ ଭୁଲ ତାହାକୁ ନେଇ ସମାଜିକ ଗଣମାଧ୍ୟମରେ ଝଡ଼ ସୃଷ୍ଟି ହୋଇଛି । ଭିଡିଓ ଭାଇରାଲ କରିବା ପଛର କାରଣ କଣ ତାହାକୁ ନେଇ ପ୍ରଶ୍ନ ଉଠିଛି ।  

Advertisment

ସେପଟେ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଜେଏମଏଫସି-୨ କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ। ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ , ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରଥିଲେ କୋର୍ଟ ।

ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ । ଭୁବନେଶ୍ବର ସୁନ୍ଦରପୁର ଛକ ନିକଟରେ ଗଣ୍ଡଗୋଳ ନେଇ ଚନ୍ଦକା ଥାନାରେ ମାମଲା ହୋଇଥିଲା । ଯାହାକୁ ନେଇ ୭ ଜଣ ଇଞ୍ଜିନିୟିଂର  ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ ଜବତ କରାଯାଇଥିଲା । ଗୋଟିଏ ଭିଡିଓ ଓ ଦୁଇଟି ଅଡିଓ କ୍ଲିପ ମିଳିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି ।