କନକ ବ୍ୟୁରୋ :  ଭୁବନେଶ୍ୱରର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଛୋଟ ଛୋଟ ରାସ୍ତା । ଏହି ରାସ୍ତାର ଅବସ୍ଥା ଏବେ ସାଙ୍ଘାତିକ। କେଉଁଠି ପେଭରବ୍ଲକ ଉଠିଗଲାଣି ତ କେଉଁଠି ରାସ୍ତା ଖୋଳା ହୋଇ ମାସ ମାସ ଧରି ପଡ଼ିରହିଛି । ଭୁବନେଶ୍ୱର ବିବେକାନନ୍ଦ ମାର୍ଗରୁ ରବି ଟକିଜକୁ ସଂଯୋଗ କରୁଥିବା ସବ୍‌ ରୋଡ଼ ।  ଏ ରାସ୍ତାର ଅବସ୍ଥା ଏମିତି ଯେ, ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ରାଜଧାନୀ ଯାକ ସବୁଆଡ଼େ ସବ୍‌ ରୋଡ୍‌ର ସ୍ଥିତି ଏମିତି । ଅଧିକାଂଶ ସ୍ଥାନରେ ଡ୍ରେନେଜ୍‌ କାମ ସରିନଥିବାରୁ ରାସ୍ତା କଡ଼ ମୁକୁଳା ପଡ଼ିଛି । ଯାହାକୁ ନେଇ ଦେଖିବାକୁ ମିଳିଛି ତୀବ୍ର ଅସନ୍ତୋଷ । 

Advertisment

ପ୍ରଶ୍ନ ଉଠୁଛି, କାହିଁକି ଠିକ୍‌ ସମୟରେ ହେଉନି ରାସ୍ତା ମରାମତି ? ସରକାର ଓ ବିଏମସି ଭିତରେ ରହୁନି କି ସମନ୍ୱୟ ? ନିର୍ଦ୍ଧାରିତ ସମୟରେ ଭୁବନେଶ୍ବରର ରାସ୍ତାଘାଟ, ଡ୍ରେନେଜ୍‌ ଓ ପେଭରବ୍ଲକ୍‌ କାମ ସରି ପାରୁନି। ଫଳରେ ନୂଆ କାମ ଆରମ୍ଭ ହେଲା ବେଳକୁ ପୁରୁଣା ମରାମତି ମାଗୁଛି । ଯାହାକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଉଚିତ ମାନର ହେଉନି କି କାମ ? ପକେଟ୍‌ ଗରମ କରୁଛନ୍ତି କି ନେତା, ଅଧିକାରୀ ଓ ଠିକାଦାର ?  ସେପଟେ ସମସ୍ୟାକୁ ସ୍ୱୀକାର କରିବା ସହିତ ରାସ୍ତା ମରାମତି ଓ ଡ୍ରେନେଜ୍‌ କାମ ଜୁନ୍‌ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ମେୟର । 

ଏଭଳି ଚିତ୍ର ପରେ, ଲୋକଙ୍କ ସମସ୍ୟା କେବେ ସମାଧାନ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର।