କନକବ୍ୟୁରୋ :  ଆସନ୍ତା ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ  । ଏଥିପାଇଁ ସଜେଇ ହୋଇଛି ଭୁବନେଶ୍ବର । ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର ପ୍ରଚାର, ପ୍ରସାର ବିଶ୍ୱବ୍ୟାପୀ କରିବା ଲାଗି ଏକକାଳୀନ ୧୦ ମେଗା ଉତ୍ସବ ଆୟୋଜନ କରାଯାଉଛି  ।

Advertisment

ଗଳିକନ୍ଦିରୁ ରାଜରାସ୍ତା, ସବୁଠି ରଙ୍ଗ ବେରଙ୍ଗର ଚିତ୍ର ଅଙ୍କାଯିବା ସହ ଝୋଟି, ଚିତା ପକାଯାଉଛି  । ଫୁଟପାଥରୁ ସହରର ପ୍ରମୁଖ କାନ୍ଥର ସୌନ୍ଦର୍ଯ୍ୟକରଣ  କରାଯିବା  ସହ ରଙ୍ଗୀନ ଆଲୋକମାଳରେ ସଜା ଯାଉଛି  । ସୌନ୍ଦର୍ଯ୍ୟକରଣ ଦାୟିତ୍ବ ନେଇଥିବା ବିଏମସି ସହର ସାରା ଚିତ୍ର କରିଛି ।  ୩ ଦିନିଆ ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ  । ରାଜାରାଣୀରୁ ମୁକ୍ତେଶ୍ୱର  ନନ୍ଦନକାନନରୁ ଧଉଳି ।

ଖଣ୍ଡଗିରିରୁ କୋଣାର୍କ । ପୁରୀରୁ କଟକ । ପୁଣି ସ୍ୱର୍ଣ୍ଣ ତ୍ରିଭୁଜ ରତ୍ନଗିରି-ଉଦୟଗିରି-ଲଳିତଗିରି  । ଯୁଆଡ଼େ ବୁଲିବେ ଖାଲି ଝୁମିବେ, ସ୍ଥାନୀୟ ସଂସ୍କୃତି ଓ ଖାଣ୍ଟି ଓଡ଼ିଆ ଖାଦ୍ୟପାନୀୟର ମଜା ନେବା ସହ ବିଭିନ୍ନ ମେଳାରେ ପ୍ରସିଦ୍ଧ ଓଡ଼ିଶା ହସ୍ତକଳାର କିଣାକିଣି କରିବେ ।  ସେଥିଲାଗି ପୂରା ପ୍ରସ୍ତୁତ ଓଡ଼ିଶା । ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ ସହ ଓଡ଼ିଶା ଦେବ ଶ୍ରେଷ୍ଠ ଅତିଥି ପରାୟଣତାର ବାର୍ତ୍ତା  । ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

ଏହାକୁ ମହାଆଡମ୍ବରପୂର୍ଣ୍ଣ ଭାବେ ପାଳି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ସେପଟେ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଭୁବନେଶ୍ବର ଆସିବାର କାର୍ଯ୍ୟକ୍ରମ ରହିଛି । ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀରେ ରହିବେ ବୈଦେଶିକ ମନ୍ତ୍ରୀ । 

୮ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ । ୯ ତାରିଖରେ କାର୍ଯ୍ୟକ୍ରମରେ ସାମିଲ ହେବେ ।  ସେହିପରି ୧୦ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସି ସମ୍ମିଳନୀରେ  ପ୍ରବାସୀ ଭାରତୀୟ ସମ୍ମିଳନୀରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ।   ଅତିଥି ମାନଙ୍କ ସୁରକ୍ଷାକୁ ଦିଆଯିବ ପ୍ରାଧାନ୍ୟ । ଟ୍ରାଫିକ ପରିଚାଳନା ସହ ପର୍ଯ୍ୟଟନ ସ୍ଥଳୀ ବୁଲିବା ସମୟରେ ସୁରକ୍ଷା କଡାକଡି ।  ନିର୍ଦ୍ଧିଷ୍ଟ ଏଜେନ୍ସିଙ୍କ ଦାୟିତ୍ବରେ ରହିବେ ଅତିଥି  । ମୁତୟନ ହେବେ ୪୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ 12 ପାରା କମ୍ପାନୀ  ।

କଡା ନଜର ରଖିବେ ସଶସ୍ତ୍ର କେନ୍ଦ୍ରୀୟ ଫୋର୍ସ । ଏବେ ଗୁଇନ୍ଦା ଏଜେନ୍ସିଙ୍କ କଡା ନଜରରେ ଭୁବନେଶ୍ୱର । ଆଣ୍ଟି ଟେରର ସ୍କ୍ବାଡ଼ ମଧ୍ୟ ସୁରକ୍ଷା ଦାୟିତ୍ବରେ ରହିବେ । ସାଇବର ସରଭାଇଲାନ୍ସ କୁ ଅଧିକ କଡା କରାଯିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ ଦେବଦତ୍ତ ସିଂ