ଆବର୍ଜନାରେ ପୋତିହୋଇଗଲାଣି ନାଳ ; ଚାଷ ପାଇଁ ମିଳୁନି  ପାଣି

ହଜିଯିବକି କେନ୍ଦ୍ରାପଡ଼ାର ପୁରାତନ କେନାଲ ? ସହରର ଅଳିଆ ଆବର୍ଜନାରେ ପୋତି ହୋଇଗଲାଣି ଦୀର୍ଘ ବର୍ଷର କେନାଲ । ଚାଷ ପାଇଁ ମିଳୁନି ପାଣି । ଦୁର୍ଗନ୍ଧରେ ଫାଟି ପଡୁଛି ଆଖପାଖ ଅଞ୍ଚଳ ।

Canal , kendrapada

Canal , kendrapada Photograph: (KanakNews)

କନକ ବ୍ୟୁରୋ: ସହରର ଅଳିଆରେ ପୋତିହୋଇଗଲାଣି ଦୀର୍ଘ ବର୍ଷର କେନାଲ । ପ୍ରଶ୍ନ ଉଠୁଛି କେନ୍ଦ୍ରାପଡ଼ାର ପୁରାତନ କେନାଲ ଆଗକୁ ହଜିଯିବ କି?  ବ୍ରିଟିସ୍ ଅମଳରେ ଖୋଳା ଯାଇଥିବା କେନାଲ ସଂପୂର୍ଣ୍ଣ ଭାବେ ହଜିଯିବା ଭଳି ଆଶଙ୍କା ଉପୁଜିଛି । କେନାଲ ପୋତି ହୋଇଯିବାରୁ ଚାଷ ପାଇଁ ମିଳୁନି ପାଣି । ଚିନ୍ତାରେ କେନ୍ଦ୍ରାପଡ଼ାର ଚାଷୀ । ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ।

ବ୍ରିଟିସ୍ ଅମଳରେ କେନାଲଟି ଖୋଳା ହୋଇଥିଲା । କେନ୍ଦ୍ରାପଡ଼ାରୁ ଅନ୍ୟ ଜିଲ୍ଲାକୁ ପରିବହନର ମାଧ୍ୟମ ସାଜିଥିଲା । ଏହି କେନାଲର ପାଣି ଭରସାରେ ଚାଷୀ ଚାଷ କରୁଥିଲେ । ହେଲେ  ଏବେ ଏହା ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି । ହେଲେ ଏଥିପ୍ରତି ପୌରସଂସ୍ଥାର ନଜର ନାହିଁ କି ପ୍ରଶାସନ ଦୃଷ୍ଟି ପଡୁନି । ପୌରାଞ୍ଚଳରେ ଅଳିଆ ଆବର୍ଜନାରେ କେନାଲ ପୋତି ହୋଇଗଲାଣି, ଏପଟେ ପୌର ଅଧିକାରୀ କହୁଛନ୍ତି, ସେ କିଛି ଜାଣିନାହାନ୍ତି । ଆବର୍ଜନାମୟ ପରିବେଶ ମଶା-ମାଛିଙ୍କ ବଂଶ ବୃଦ୍ଧିରେ ସହାୟକ ହେଉଛି । ତେଣୁ ତୁରନ୍ତ କେନାଲଟିର ପୁନରୁଦ୍ଧାର ଦାବି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe