କନକ ବ୍ୟୁରୋ : ଘରୁ କିଏ କେଉଁ ଉଦ୍ଦେଶ୍ୟରେ ବାହାରିଥିଲେ । କାହା ଗନ୍ତବ୍ୟସ୍ଥଳ କେଉଁଠି ଥିଲା । ହେଲେ ସମସ୍ତେ ଏବେ ଗୋଟିଏ ସ୍ଥାନରେ, ଡାକ୍ତରଖାନାରେ, କ୍ଷତକ୍ତା ଅବସ୍ଥାରେ ।  କିଏ ବେଡ ଉପରେ ତ ଆଉ କିଏ ତଳେ, ଛୁଆକୁ କୋଳରେ ଜାବୁଡ଼ି ଧରିଛି ମାଆ, ମମତାକୁ ଷ୍ଟ୍ରଲରେ ଗୁଡ଼େଇ ଦେଇଛି ମାଆ, ଦୁର୍ଘଟଣାରୁ ବର୍ତ୍ତିଯିବା ପରେ ଛୁଆକୁ ଗୋଟିଏ ମୂହୁର୍ତ ପାଇଁ ପାଖରୁ ଦୂରେଇବାକୁ ଚାହୁଁନି । କିଛି ଏହିଭଳି ଘଟଣା ସାମ୍ନାକୁ ଆସିଛି  ବାଲେଶ୍ୱରରୁ । ବସ୍‌ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଯାତ୍ରୀ ଅନେକ ଯାତ୍ରୀ । ଚନ୍ଦନେଶ୍ଵରରୁ ବାଲେଶ୍ଵର ଆସୁଥିବା ଶନିଦେବ ବସଟି ନୁଣିଆ ଯୋଡ଼ିକୁ ଖସିପଡ଼ିଥିଲା । ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ପ୍ରଥମେ ଏକ ଟ୍ରାକ୍ଟରକୁ ଧକ୍କା ଦେଇ ଭାରସାମ୍ୟ ହରାଇ କେନାଲକୁ ଖସି ପଡିଥିଲା ଯାତ୍ରୀବାହୀ ବସ୍‌ । 

Advertisment

କିଏ ସ୍ୱାମୀ ସହ ଘରୁ ବାହାରିଥିଲେ ତ କିଏ ମାଆ ସହ । କିଏ ଡାକ୍ତର ଦେଖାଇବାକୁ ଆସୁଥିଲେ ତ ଆଉ କିଏ ସଂପର୍କୀୟଙ୍କୁ ଦେଖା କରିବାକୁ । ଆଉ ୫କିଲୋମିଟର ପରେ ବସରୁ ଓହ୍ଲାଇଥାନ୍ତେ । କିନ୍ତୁ ତା ପୂର୍ବରୁ ଘଟିଗଲା ଦୁର୍ଘଟଣା । ସୂଚନା ଅନୁଯାୟୀ ବସ ଡ୍ରାଇଭର ଓ ସାମ୍ନାରେ ବସିଥିବା ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସକୁ କ୍ରେନ୍‌ ସାହାଯ୍ୟରେ ଉପରକୁ ଉଠାଯାଇଛି । ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ପାଣି ଭିତରେ ଯାଞ୍ଚ କରିଛନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ, ଆହତ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ସୌଭାଗ୍ୟ ବଶତଃ ଏତେ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଜୀବନ ।