କନକ ବ୍ୟୁରୋ : ମାରତ୍ମକ କ୍ଯାନସର ଆକ୍ରାନ୍ତରେ ଅଷ୍ଟମ ଶ୍ରେଣୀ ଛାତ୍ର । ଜୀବନ ଆରମ୍ଭ ହେଉ ହେଉ ସମୟ ସରିଯିବାକୁ ବସିଛି । ସାଙ୍ଗର ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଛନ୍ତି ସ୍କୁଲର ସାଙ୍ଗ ସାଥି । ବନ୍ଧୁତାର ନିଦର୍ଶନ ଅନେକ ସ୍ଥାନରେ ଦେଖିବାକୁ ମିଳେ ହେଲେ ଏଠି ସ୍କୁଲ ବେଳର ବନ୍ଧୁତା ବେଶ ନିଆରା । ଏଭଳି ବନ୍ଧୁତାର ଉଚିତ ନିଦର୍ଶନ ଆଜି ଦେଖାଇଛନ୍ତି ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟର ଛାତ୍ର ଛାତ୍ରୀ, ମାରାତ୍ମକ କ୍ଯାନସର ରେ ପିଡୀତ ଥିବା ନିଜ ସହପାଠୀର ଜୀବନ ବଞ୍ଚାଇବା ପାଂଇ ଘର ଘର ବୁଲି ଅର୍ଥ ସଂଗ୍ରହ କରୁଛନ୍ତି । 

Advertisment

ସ୍କୁଲରେ ସବୁବେଳେ ଚଳଚଞ୍ଚଳ ରହୁଥିବା କୁନି ପିଲାଟି ନିସ୍ତେଜ ହୋଇଯାଇଛି । କଲମ ଧରୁଥିବା ହାତରେ ସାଲାଇନ୍ ଲାଗିଛି । ବାପା-ମାଆଙ୍କ ଏକୋଇରବଳା ବିଶିକେଶନ ଡାକ୍ତରଖାନା ବେଡ଼ରେ ପଡ଼ି କ୍ୟାନ୍ସର ସହ ଯୁଝି ହେଉଛି । ଏପଟେ ନାତିର ଯନ୍ତ୍ରଣା ଦେଖି ଜେଜେ ବାପା, ଜେଜେ ମାଆଙ୍କ ଆଖିରୁ ଲୁହ ଶୁଖୁନି,ଘରେ ଖିଆପିଆ ନାହିଁ । ଦାଦନ ଖଟି ପରିବାର ପୋଷୁଥିବା ବାପା କାମ ଛାଡ଼ି ମୁମ୍ବାଇର ଘରୋଇ ଡାକ୍ତରଖାନାରେ ଚକର କାଟୁଛନ୍ତି । ପୁଅ ପାଖରେ ଛାଇଭଳି ରହୁଥିବା ମାଆ, ମମତା ପାଇଁ ସାହାଯ୍ୟ ମାଗୁଛନ୍ତି । ସହପାଠୀଙ୍କ ଚିକିତ୍ସା ପାଇଁ ପାଣ୍ଠି ଯୋଗାଡ଼ କରୁଛନ୍ତି ସାଙ୍ଗସାଥୀ । ଏମିତି ଯନ୍ତ୍ରଣାପୂର୍ଣ୍ଣ ଜୀବନ ଜିଉଁଛି ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରଭଞ୍ଜନ ପାତ୍ର ।

ବାଲେଶ୍ୱର ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି ଏକ ନଂ ଗାଁର ଧନଞ୍ଜୟ ପାତ୍ରଙ୍କ ପୁଅ ପ୍ରଭଞ୍ଜନ । ବୟସ ମାତ୍ର ୧୩ ବର୍ଷ । ଆରୁହାବୃତ୍ତି ନୋଡାଲ ଉପ୍ରା ବିଦ୍ୟାଳୟ ଅଷ୍ଟମ ଶ୍ରେଣୀର ଛାତ୍ର । କିଛି ଦିନ ପୂର୍ବରୁ ହଠାତ ପ୍ରଭଞ୍ଜନଙ୍କୁ ପ୍ରବଳ ଜ୍ବର ହେବା ସହ ସେ ଅସୁସ୍ଥ ହୋଇପଡ଼ିଲା । ପରିବାର ଲୋକେ ପ୍ରଥମେ ବାଲେଶ୍ବର ତାପରେ କଟକ ଡାକ୍ତରଖାନା ନେଇଥିଲେ । ସେଠାରେ ଜଣାପଡ଼ିଲା କୁନି ପୁଅ ରକ୍ତ କର୍କଟରେ ପୀଡ଼ିତ । ବାପା-ମାଆଙ୍କ ପାଦ ତଳୁ ମାଟି ଖସିଗଲା । ସ୍କୁଲ ଆସୁଥିବା ପିଲାଟି ଡାକ୍ତରଖାନାକୁ ଗଲା, ସାଙ୍ଗସାଥୀ ତା'ପାଇଁ ଟଙ୍କା ଯୋଗାଡ଼ କରିବାରେ ଲାଗିଛନ୍ତି । ହାତରେ ଗୋଟିଏ ଡବା ଏବଂ ପ୍ରଭଞ୍ଜଲଙ୍କ ଫଟୋ ବୁଲିବୁଲି ଆର୍ଥିକ ସହଯୋଗ ମାଗୁଛନ୍ତି ।

ନାତିର ଜୀବନ ବଞ୍ଚାଇବା ପାଇଁ ରାଜ୍ୟ ସରକାର ଓ ଓଡ଼ିଶାବାସୀଙ୍କ ସହଯୋଗ ଲୋଡ଼ିଛନ୍ତି ଜେଜେ ବାପା । ଆସନ୍ତୁ ସମସ୍ତେ ନିଜ ସାଧ୍ୟ ଅନୁସାରେ କିଛି କିଛି ସହାଯ୍ୟ କରିବା ପ୍ରଭଞ୍ଜନ ଓଠର ହସ ଫେରାଇ ଆଣିବା ।  

ଫୋନପେ/ଗୁଗୁଲ ପେ ନମ୍ବର-7208823842
STATE BANK OF INDIA
NAME - DHANANJAY PATRA 
AC- 32938568823
IFSC- SBIN0010902