ଅସୁସ୍ଥ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର : କୋଠା ଅଛି, ଆନୁସଙ୍ଗିକ ବ୍ୟବସ୍ଥା ଅଛି ; ହେଲେ ବର୍ଷବର୍ଷ ଧରି ଝୁଲୁଛି ତାଲା

ବିଲେଷୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ଗାଜିଙ୍ଗା ପଞ୍ଚାୟତର ପାଖାପାଖି ୬ଟି ଗାଁ ଏହା ଉପରେ ନିର୍ଭରଶୀଳ। ବାହାର ସୁନ୍ଦରତା ଦେଖି ଆପଣଙ୍କ ଲାଗୁଥିବା ଏଠାକାର ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି। ହେଲେ ଆପଣଙ୍କ ଧାରଣା ଭୁଲ୍‌। ଦୀର୍ଘ ୩ ବର୍ଷ ହେଲାଣି ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି।

ଅଦ୍ୟତନ ହୋଇଛି
15

Photograph: (kanak news)

କନକ ବ୍ୟୁରୋ: ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗଇବା ପାଇଁ ଅନେକ ବ୍ୟବସ୍ଥା କରାଯାଉଥିବା ଡିଣ୍ଡିମ ପିଟୁଛନ୍ତି ସରକାର । ହେଲେ ବାସ୍ତବ ଚିତ୍ର କିଛି ଭିନ୍ନ । ଦୁର୍ଗମ ଅଞ୍ଚଳରେ ବର୍ଷ ବର୍ଷ ଧରି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବନ୍ଦ ପଡ଼ୁଛି। ଆଉ ଚୁପ୍‌ ବସିଛି ପ୍ରଶାସନ । 

ବିଲେଷୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । ଗାଜିଙ୍ଗା ପଞ୍ଚାୟତର ପାଖାପାଖି ୬ଟି ଗାଁ ଏହା ଉପରେ ନିର୍ଭରଶୀଳ । ବାହାର ସୁନ୍ଦରତା ଦେଖି ଆପଣଙ୍କ ଲାଗୁଥିବା ଏଠାକାର ଲୋକ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି । ହେଲେ ଆପଣଙ୍କ ଧାରଣା ଭୁଲ୍‌। ଦୀର୍ଘ ୩ ବର୍ଷ ହେଲାଣି ଆରୋଗ୍ୟ ମନ୍ଦିରରେ ତାଲା ଝୁଲୁଛି । ନା ଡାକ୍ତର ଆସୁଛନ୍ତି ନା ନର୍ସ । ସେମିତି ସିଗୁରୁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର । କାରୁବାଇ ପଞ୍ଚାୟତର ୫ଟି ଗାଁ ନିର୍ଭର କରୁଥିବା ଏହି କେନ୍ଦ୍ରର ବି ସମାନ ଅବସ୍ଥା । ୧୦ ବର୍ଷ ହେଲାଣି ତାଲା ପଡ଼ିଛି। ଅନାବନା ଗଛ ଉଠି ଜଙ୍ଗଲ ପାଲଟିଗଲାଣି । ରଙ୍ଗ ମାରି ବିଜୁଳି ପାନୀୟ ଜଳ ବ୍ୟବସ୍ଥା କରାଯାଇଛି ହେଲେ ଡାକ୍ତରଙ୍କ ଦେଖା ନାହିଁ ।

ଦୁର୍ଗାପାଡୁ ଆରୋଗ୍ୟ ମନ୍ଦିରର ବି ସମାନ ଅବସ୍ଥା । ଦୀର୍ଘ ୩ ବର୍ଷ ହେଲାଣି ତାଲା ପଡ଼ିଥିବାରୁ ଅସୁବିଧା ଭୋଗୁଛନ୍ତି ଦୁର୍ଗାପାଡ଼ୁ ପଞ୍ଚାୟତର ୭ଟି ଗାଁର ଲୋକ । ଦିନ ତ ଦିନ ରାତିରେ ଯଦି କାହାର ଦେହ ଖରାପ ହୋଇଗଲେ ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼େ । ୧୩ କିମି ଜାଙ୍ଗିଲି ଆରୋଗ୍ୟ ମନ୍ଦିରକୁ ନେବାକୁ ପଡ଼େ । ନହେଲେ ୩୫ କିମି ଦୂର ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭରସା । ସ୍ୱାସ୍ଥ୍ୟସେବା ଯୋଗାଇପାରୁନଥିବା ଏହି ବନ୍ଦ କୋଠା ଗୁଡ଼ିକୁ କାହା ସ୍ବାର୍ଥରେ ପ୍ରତିବର୍ଷ ରଙ୍ଗ ମରା ଚାଲିଛି ତାହା ଏକ ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe