କନକ ବ୍ୟୁରୋ :  କେନ୍ଦ୍ର ବଜେଟରେ  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  କୃଷକ, ଟ୍ୟାକ୍ସ,  ମହିଳା, ଏମଏସଏମଇ ଓ ଶିକ୍ଷା କ୍ଷେତ୍ରରେ ଅନେକ ଘୋଷଣା କରିଛନ୍ତି । ଆସନ୍ତୁ ନଜର ପକାଇବା  ମୋଦି ସରକାରଙ୍କ  ତୃତୀୟ କାର୍ୟ୍ୟକାଳର  ପ୍ରଥମ ପୂର୍ଣ୍ଣ ବଜେଟର  ପ୍ରମୁଖ ଘୋଷଣା ଉପରେ 

Advertisment


କୃଷକ
କେନ୍ଦ୍ର ବଜେଟରେ କୃଷକଙ୍କ ପାଇଁ ଅନେକ ଘୋଷଣା କରାଯାଇଛି ।
-କିଷାନ କ୍ରେଡିଟ୍ କାର୍ଡରେ ଋଣସୀମା ୩ ଲକ୍ଷରୁ ବଢ଼ି ୫ ଲକ୍ଷ ହୋଇଛି
-ଏହି କାର୍ଡ ଜରିଆରେ ୭.୭ କୋଟି କୃଷକଙ୍କୁ  ସ୍ବଳ୍ପମିଆଦୀ ଋଣ ଦିଆଯିବ
- ବିହାରରେ ମାଖନା ବୋର୍ଡ ଖୋଲିବ
-ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଆରମ୍ଭ ହେବ
-ଏହି ଯୋଜନା ୧୦୦ ଜିଲ୍ଲାରେ ଆରମ୍ଭ ହେବ

 ବଜେଟରେ ବଡ଼ ଘୋଷଣା
-୫ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଜନଜାତି ଶିଳ୍ପୋଦ୍ୟୋଗୀଙ୍କ ପାଇଁ ନୂଆ ଯୋଜନା
-ଆଇଆଇଟିରେ ୬୫୦୦ ଓ  ମେଡିକାଲ କଲେଜରେ ୭୫୦୦୦ ସିଟ୍ ବଢ଼ାଇବାକୁ ଘୋଷଣା
-ଛୋଟଛୋଟ ସହରରେ ୮୮ ବିମାନବନ୍ଦର ପ୍ରତିଷ୍ଠା ହେବ
-ଯୁବବର୍ଗଙ୍କୁ ମିଳିବ ଶସ୍ତା ଋଣ, ଖେଳନାର ଗ୍ଲୋବାଲ ହବ୍ ହେବ ଭାରତ
-ପରିବେଶ ଅନୁକୂଳ ଖେଳନା ତିଆରି ହୋଇପାରିବ
-ଏମଏସଏମଇରେ ଋଣ ସୀମା ୫ କୋଟିରୁ ୧୦ କୋଟି ହେବ
-ଷ୍ଟାର୍ଟଅପରେ ଋଣ ୧୦କୋଟିରୁ ବଢ଼ାଯାଇ ୨୦ କୋଟି 
-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଘର ତିଆରି କରାଯିବ
-ଆଗାମୀ ସପ୍ତାହରେ ପାର୍ଲାମେଣ୍ଟରେ ନୂଆ ଆୟକର ବିଲ୍ ଆସିବ
-ବୀମା କ୍ଷେତ୍ରରେ ଶହେ ପ୍ରତିଶତ ଏଫଡିଆଇକୁ ଅନୁମତି
-କ୍ୟାନସର ମୁକାବିଲା ପାଇଁ ନ୍ୟୁ ଡେ କେୟାର  କ୍ୟାନସର କେନ୍ଦ୍ର ଖୋଲିବ
-ଯୁବବର୍ଗଙ୍କୁ ଶସ୍ତାରେ ଋଣ ଦିଆଯିବ
-ପ୍ରତିରକ୍ଷା କ୍ଷେତ୍ରରେ ବଜେଟ୍ ଗତବର୍ଷ ଅପେକ୍ଷା ବଢ଼ିଛି