ଲାଭ ଖାଉଛି ଦଲାଲ, କ୍ଷତି ସହୁଛନ୍ତି ଗରିବ ଆଦିବାସୀ । ମିଳୁନି ମହୁଲର ପ୍ରକୃତ ମୂଲ

ମହୁଲ ଫୁଲ ସଂଗ୍ରହ କରି ବିକ୍ରି ଉପଯୋଗୀ କରିବା ସହଜ କାମ ନୁହେଁ। ମହିଳାମାନେ ଜଙ୍ଗଲରୁ ମହୁଲ ଗୋଟାଇ ଆଣିବା ପରେ ଘରେ ସୁଖାଇଥାନ୍ତି। ପ୍ରାୟ ୩ ଦିନ ସୁଖାଇବା ପରେ ବିକ୍ରି ପାଇଁ ବାଟ ଖୋଜନ୍ତି। ପ୍ରଶାସନିକ ସ୍ଥରରେ କୌଣସି ବ୍ୟବସ୍ଥା ନଥିବାରୁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ବାଧ୍ୟ ହୋଇ ଖୁବ୍ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। 

òþòþòKþqþþ

କନକ ବ୍ୟୁରୋ : ଜଙ୍ଗଲ ଆଦିବାସୀଙ୍କ ଜୀବନର ମୂଳ ଉତ୍ସ। ଜୀବିକା ନିର୍ବାହର ମୂଳ ଆଧାର। ରାତି ପାହିଲେ ପିଲାଛୁଆଙ୍କୁ ଧରି ଜଙ୍ଗଲକୁ ଛୁଟି ଯାଆନ୍ତି। ସେଠାରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପେଟପାଟଣା କରନ୍ତି। ଫୁଲ-ଫଳ, ପତ୍ର ଓ କାଠ ସଂଗ୍ରହ କରିଥାନ୍ତି। ଏବେ ତ ମହୁଲ ଟୋଲ ସଂଗ୍ରହ କରିବାର ସମୟ। ତେଣୁ ପୁରା ଦିନ ଜଙ୍ଗଲ ଭିତରେ ବିତୁଛି। ଦିନ ତମାମ୍ ପରିଶ୍ରମ କରୁଛନ୍ତି ଆଦିବାସୀ ଆଉ ଫାଇଦା ଉଠାଉଛନ୍ତି ଦଲାଲ। କୋରାପୁଟ ବୈପାରିଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ। 

ମହୁଲ ଫୁଲ ସଂଗ୍ରହ କରି ବିକ୍ରି ଉପଯୋଗୀ କରିବା ସହଜ କାମ ନୁହେଁ। ମହିଳାମାନେ ଜଙ୍ଗଲରୁ ମହୁଲ ଗୋଟାଇ ଆଣିବା ପରେ ଘରେ ସୁଖାଇଥାନ୍ତି। ପ୍ରାୟ ୩ ଦିନ ସୁଖାଇବା ପରେ ବିକ୍ରି ପାଇଁ ବାଟ ଖୋଜନ୍ତି। ପ୍ରଶାସନିକ ସ୍ଥରରେ କୌଣସି ବ୍ୟବସ୍ଥା ନଥିବାରୁ ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି। ବାଧ୍ୟ ହୋଇ ଖୁବ୍ କମ୍‌ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି। 

ମହୁଲ ଫୁଲର ବିକ୍ରିବଟା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବା ପାଇଁ ଆଦିବାସୀମାନେ ଅନେକ ଥର ଦାବି କରିଛନ୍ତି। ସରକାର ଯୋଜନା କରିଥିବା କଥା ମଧ୍ୟ କହିଛନ୍ତି । କିନ୍ତୁ କେବଳ ସମୟ ଗଡ଼ାଇବା ସହ କୌଣସି ପ୍ରକାର ବନ୍ଦୋବସ୍ତ କରିନଥିବାରୁ ଆଜି ବି ଅଧିକାରରୁ ବଞ୍ଚିତ ଆଦିବାସୀ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe