କନକ ବ୍ୟୁରୋ: ପାଣ୍ଡିଆନଙ୍କ ନାଁରେ ଲୋକଙ୍କୁ ଲୁଟ ଘଟଣା ପରେ ସାମ୍ନାକୁ ଆସିଲା ଆଉ ଜଣେ ଦଲାଲ। ବିଜେପିର ହେଭିୱେଟଙ୍କ ସଂପର୍କୀୟ କହି ଲୋକଙ୍କୁ ଚୁନା ଲଗାଉଥିଲା ରାହୁଲ କୁମାର ସାହୁ। କେତେବେଳେ କେନ୍ଦ୍ରମନ୍ତ୍ରୀଙ୍କ ପୁତୁରା ତ, ପୁଣି କେତେବେଳେ ବନି ଯାଉଥିଲା ନେତା ମନ୍ତ୍ରୀଙ୍କ ସଂପର୍କୀୟ। ବିଶ୍ୱାସ ଜିତିବାକୁ ସୋସିଆଲ ମିଡିଆରେ ଅପଲୋଡ କରୁଥିଲା ଜଣକ ପରେ ଜଣେ ହେଭିୱେଟଙ୍କ ଫଟୋ। କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ କାହାକୁ ଛାଡୁ ନଥିଲା। ଆଉ ଏହାପରେ କାହାକୁ ପେଟ୍ରୋଲ ପମ୍ପ, କାହାକୁ ଚାକିରି, ତ ପୁଣି ଆଉ କାହାକୁ ବଦଳି କରାଇଦେବ କହି ଲୁଟୁଥିଲା ଲକ୍ଷ ଲକ୍ଷ ଟଙ୍କା। 

ଥରେ ଟଙ୍କା ନେବା ପରେ, ଆଉ ଧରା ଛୁଆଁ ଦେଉ ନଥିଲା ଏହି ଦଲାଲ। ଲୋକମାନେ ଖୋଜି ଖୋଜି ଭୁବନେଶ୍ୱରର ଏକ ହୋଟେଲରୁ ଏହି ବ୍ୟକ୍ତିକୁ ଧରି କ୍ୟାପିଟାଲ ଥାନା ପୁଲିସ ହାତରେ ଦେଇଛନ୍ତି। ପୁଲିସ ରାହୁଲକୁ ଅଟକ ରଖି ପଚରା ଉଚରା ଆରମ୍ଭ କରିଛି। ତେବେ ରାହୁଲ ନାମକ ଏହି ଅଭିଯୁକ୍ତ କିଏ? କାହା ଛତ୍ରଛାୟା ତଳେ ରହି ଲେକାଙ୍କୁ ଲୁଟି ଚାଲିଥିଲା ଏହି ଦଲାଲ?