କନକ ବ୍ୟୁରୋ : ଲୋକସେବା ଭବନରେ ମାତିଛନ୍ତି ଦଲାଲ । ଚାକିରୀ କରାଇଦେବାକୁ କହି ଠକୁଥିଲେ ଲକ୍ଷାଧିକ ଟଙ୍କା । ଏମିତି ଜଣେ ଠକଙ୍କ କଳାକାରନାମା ସାମ୍ନାକୁ ଆସିଛି । ବ୍ୟାସଦେବ ରଣା ନାମକ ଯୁବକ ନିଜକୁ ପଞ୍ଚାୟତ ରାଜ ବିଭାଗର ସେକ୍ସନ୍ ଅଫିସର କହି ଲୋକଙ୍କୁ ଠକୁ ଥିଲେ । ଏହି ଠକଙ୍କ ପାଖରୁ ମିଳିଛି ନକଲି ସେକ୍ସନ୍ ଅଫିସରର ପରିଚୟ ପତ୍ର ।

Advertisment

 ପୂର୍ଣ୍ଣଚନ୍ଦ୍ର ପରିଡାଙ୍କ ଏତଲା ଆଧାରରେ ବ୍ୟାସଦେବଙ୍କୁ ଲୋକ ସେବା ଭବନ ଗେଟ ଆଗରୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏହି ଠକ ଦଲାଲ୍‌, ବ୍ୟାସଦେବଙ୍କ ଘର ହେଉଛି କଳାହାଣ୍ଡି, ଭୁବନେଶ୍ବରରେ କିଛି ଦିନ ହେଲା ରହୁଛନ୍ତି । ଚାକିରୀ କରାଇଦେବା ନାଁରେ ପ୍ରାୟ ୧୨ ଲକ୍ଷ ଟଂକା ଠକେଇ କରିଥିବା ଅଭିଯୋଗ ହେଉଛି । ଘଟଣାରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଚଷାଇଛି ।