କନକ ବ୍ୟୁରୋ : କୋରାପୁଟ ଦଶମନ୍ତପୁର ବ୍ଲକ ୩୨୬ ନମ୍ବର ରାଜପଥକୁ ସଂଯୋଗ କରୁଥିବା ପେଡ଼ିସିଲ ନଦୀ ଉପରେ ଥିବା ପୋଲଟି ଏବେ ବିପଦପୂର୍ଣ୍ଣ । ପୋଲ ଦବି ଯାଇଥିବା ବେଳେ ପିଲାର ଭାଙ୍ଗିଗଲାଣି । ପୋଲ ବାଡ଼ରୁ ସିମେଂଟ ଖସିଗଲାଣି । ଏପରିକି ବ୍ରିଜ୍ ଉପରେ ଯାନବାହାନ ଚଳାଚଳ କଲେ ବ୍ରିଜଟି ଦୋହଲୁଛି । ଭାରିଯାନ ଯାଉଥିବା ସମୟରେ କେଉଁ ମୁହୂର୍ତ୍ତରେ ପୋଲଟି ଭୁଶୁଡି ପଡିବ କହିବା ଅସମ୍ଭବ କ୍ଷ ଏଭଳି ଅବସ୍ଥାରେ ବିପୁଦପୂଣ୍ଣ ଭାବେ ବ୍ରିଜରେ ଭାରିଯାନ ସମେତ ହାଲୁକା ଯାନ ଯାତାୟତ କରୁଛି ।
ପ୍ରତିଦିନ ଏହି ପୋଲ ଦେଇ ୧୬ଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟତ କରନ୍ତି । ପାଖାପାଖି ୩ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିଲା ବ୍ରିଜ୍ । ନିର୍ମାଣର ୬ ମାସ ପରେ ଦବିଗଲା ପୋଲ । ବର୍ଷା ଦିନେ ବ୍ରିଜ୍ ଉପରେ ୫ ଫୁଟ୍ର ପାଣି ପ୍ରବାହିତ ହୋଇଥାଏ କ୍ଷ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ନମ୍ନମାନର କାମ ହୋଇଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ । ଏନେଇ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ କ୍ଷ ଦଶମନ୍ତପୁର ବ୍ଲକରେ ହୋଇଥିବା ଅଭିଯୋଗ ଶୁଣାଣି ବେଳେ ଅଂଚଳବାସୀ ଅଭିଯୋଗ କରିଥିଲେ । ହେଲେ ଯଥା ପୂର୍ବଂ ତଥା ପରଂ ।
ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେଲେ, ଆଗକୁ ବଡ଼ଧରଣର ଆନ୍ଦୋଳନ ହେବା ନେଇ ଚେତାବନୀ ଦେଇଛନ୍ତି ଦଶମନ୍ତପୂର ବାସିନ୍ଦା ।