ସେତୁ ସାଜିଛି ସୁଇସାଇଡ୍‌ ପଏଣ୍ଟ୍‌, ନଦୀ ଆଁକୁ ଡେଇଁଲେଣି ୨୦ ଜଣ

Advertisment

୫ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା । କେବଳ ଏଇ ଗୋଟିଏ ଘଟଣା ନୁହେଁ, ୭ ବର୍ଷରେ ମହାନଦୀକୁ ଡେଇଁଲେଣି ୨୦ ଜଣ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ । 

୫ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା । କେବଳ ଏଇ ଗୋଟିଏ ଘଟଣା ନୁହେଁ, ୭ ବର୍ଷରେ ମହାନଦୀକୁ ଡେଇଁଲେଣି ୨୦ ଜଣ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ । 

43

କନକ ବ୍ୟୁରୋ : ସମ୍ବଲପୁର ସହର ଓ ଚାଉଁରପୁରକୁ ସଂଯୋଗ କରିବା ପାଇଁ ନିର୍ମାଣ ହୋଇଥିଲା ମହାନଦୀ ସେତୁ । ହେଲେ ନିର୍ମାଣ ହେଲା ଦିନୁ ସେତୁ ପାଲଟିଛି ସୁଇସାଇଡ୍‌ ପଏଣ୍ଟ । ଏହି ସେତୁରୁ ମହାନଦୀକୁ ଡେଉଁଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ, କିଛି ଲୋକଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିବାରେ ସଫଳ ହୋଇଛି । ଗତ ୨୯ ତାରିଖ ଦିନ ଦୁର୍ଗାଶଙ୍କର ନାମକ ଜଣେ ବ୍ୟକ୍ତି ଏହି ସେତୁରୁ ଡେଇଁପଡ଼ିଥିଲେ । ୫ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା । କେବଳ ଏଇ ଗୋଟିଏ ଘଟଣା ନୁହେଁ, ୭ ବର୍ଷରେ ମହାନଦୀକୁ ଡେଇଁଲେଣି ୨୦ ଜଣ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ । 

ସାଧାରଣ ଲୋକଙ୍କ କହିବା କଥା ଅନେକ ଲୋକ ଏଠାକୁ ଆସୁଛନ୍ତି  l କିଏ କେଉଁ କାରଣ ପାଇଁ ମନ ଦୁଃଖରେ ଆସୁଛନ୍ତି, ଆଖି ପିଛୁଳାକେ ନଦୀ ଗର୍ଭକୁ ଡେଇଁପଡ଼ୁଛନ୍ତି । କିଛି ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି ସ୍ଥାନୀୟ ଲୋକ । ଯଦି ପୋଲର ଉଭୟ ପାର୍ଶ୍ୱରେ ତାର ବାଡ଼ ଲଗାଯାଆନ୍ତା ତା’ ହେଲେ ଆତ୍ମହତ୍ୟାକୁ ରୋକାଯାଇପାରନ୍ତା । ଏହାସହ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେବା ଜରୁରୀ ବୋଲି କହିଛନ୍ତି ସାଧାରଣ ଜନତା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe