କନକ ବ୍ୟୁରୋ : ସମ୍ବଲପୁର ସହର ଓ ଚାଉଁରପୁରକୁ ସଂଯୋଗ କରିବା ପାଇଁ ନିର୍ମାଣ ହୋଇଥିଲା ମହାନଦୀ ସେତୁ । ହେଲେ ନିର୍ମାଣ ହେଲା ଦିନୁ ସେତୁ ପାଲଟିଛି ସୁଇସାଇଡ୍ ପଏଣ୍ଟ । ଏହି ସେତୁରୁ ମହାନଦୀକୁ ଡେଉଁଥିବା ଲୋକଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ଘଟିଥିବା ବେଳେ, କିଛି ଲୋକଙ୍କୁ ଅଗ୍ନିଶମବାହିନୀ ଉଦ୍ଧାର କରିବାରେ ସଫଳ ହୋଇଛି । ଗତ ୨୯ ତାରିଖ ଦିନ ଦୁର୍ଗାଶଙ୍କର ନାମକ ଜଣେ ବ୍ୟକ୍ତି ଏହି ସେତୁରୁ ଡେଇଁପଡ଼ିଥିଲେ । ୫ ଦିନ ପରେ ତାଙ୍କ ମୃତଦେହ ମିଳିଥିଲା । କେବଳ ଏଇ ଗୋଟିଏ ଘଟଣା ନୁହେଁ, ୭ ବର୍ଷରେ ମହାନଦୀକୁ ଡେଇଁଲେଣି ୨୦ ଜଣ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସହରବାସୀ ।
ସାଧାରଣ ଲୋକଙ୍କ କହିବା କଥା ଅନେକ ଲୋକ ଏଠାକୁ ଆସୁଛନ୍ତି l କିଏ କେଉଁ କାରଣ ପାଇଁ ମନ ଦୁଃଖରେ ଆସୁଛନ୍ତି, ଆଖି ପିଛୁଳାକେ ନଦୀ ଗର୍ଭକୁ ଡେଇଁପଡ଼ୁଛନ୍ତି । କିଛି ଲୋକଙ୍କ ଜୀବନ ବଞ୍ଚାଇବାରେ ସଫଳ ହେଉଛନ୍ତି ସ୍ଥାନୀୟ ଲୋକ । ଯଦି ପୋଲର ଉଭୟ ପାର୍ଶ୍ୱରେ ତାର ବାଡ଼ ଲଗାଯାଆନ୍ତା ତା’ ହେଲେ ଆତ୍ମହତ୍ୟାକୁ ରୋକାଯାଇପାରନ୍ତା । ଏହାସହ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି ହେବା ଜରୁରୀ ବୋଲି କହିଛନ୍ତି ସାଧାରଣ ଜନତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/08/43-2025-08-08-19-02-51.jpg)