କନକ ବ୍ୟୁରୋ: ବାଜା ବାଜୁଛି । ମନ୍ତ୍ରପାଠ ଓ ହୋମଯଜ୍ଞ ଚାଲିଛି । ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ବନିରେ ଫାଟିପଡୁଛି ପରିବେଶ । ଆଉ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବର କନ୍ୟା । ହେଲେ ଇଏ ଟିକେ ନିଆରା ବାହାଘର। ଏଠି ବର ଓସ୍ତ ଗଛ ଓ କନ୍ୟା ସାଜିଛି ବର ଗଛ । ପରମ୍ପରା, ବିଶ୍ବାସ ଓ ପରିବେଶକୁ ବଞ୍ଚାଇବା ପାଇଁ ବାହା ହୋଇଛନ୍ତି ଏହି ୨ ଗଛ । ନୀଳଗିରି ଉପଖଣ୍ଡ ଗାଙ୍ଗପୁରା ଗାଁରେ ବେଶ ଧୁମଧାମରେ ଏହି ଗଛ ବାହାଘର ହୋଇଛି । ସମ୍ପୁର୍ଣ୍ଣ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି । 

Advertisment

ଗାଙ୍ଗପୁରା ଗାଁର ପରମାନନ୍ଦ ମହାଳିକ ଓ ସ୍ତ୍ରୀ ପଞ୍ଚାଳୀ ମହାଳିକ ଶ୍ରଦ୍ଧାରେ ବର ଓ ଅଶ୍ବତଥ ଗଛ ଲଗାଇଥିଲେ । ଏବଂ ଗଛ ଦୁଇଟି ବଡ଼ ହେଲେ ସେମାନଙ୍କ ବାହାଘର ନେଇ ମାନସିକ କରିଥିଲେ। ଆଉ ଗଛ ୨ଟି ବଡ଼ ହେବା ପରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ବାହାଘର ସମ୍ପନ୍ନ ହୋଇଛି । ଏବଂ ନିଆରା ବାହାଘର ଦେଖି ଭୋଜି ଖାଇ ଲୋକ ଖୁସିରେ ଘରକୁ ଫେରିଛନ୍ତି । ଆଜି ବିଗୁଡ଼ୁଥିବା ଜଳବାୟୁରେ ଗଛ କଟା ବୃଦ୍ଧି ପାଇଥିବା ବେଳେ ଗଛ ସହ ଗଛର ବାହାଘର କରି ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ଏହି ପରିବାର।