କନକ ବ୍ୟୁରୋ : ସବୁଠି ଆଜି ରଙ୍ଗ, ସମସ୍ତଙ୍କୁ ରଙ୍ଗିନ କରିଦେଇଥିଲା। ଦେହ ଓ ମନ ଥିଲା ରଙ୍ଗିନ । ତେବେ ବ୍ରହ୍ମପୁର ହରିହର ନଗରରେ ଶିଳ୍ପାଞ୍ଚଳ ଯୁବକ ସଂଘ ପକ୍ଷରୁ ହୋଲିକୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଦହିହାଣ୍ଡି ଭଙ୍ଗାଯିବା ସହିତ ପରସ୍ପରକୁ ରଙ୍ଗ ବୋଳି ଶୁଭ କାମନା ଜଣାଇଥିଲେ।  ଏ ଦୃଶ୍ୟ ଥିଲା ବେଶ୍ ଆକର୍ଷୀୟ । ହୋଲି ସମସ୍ତଙ୍କୁ ଏକାଠି କରି ଭାଇଚାରା ସୃଷ୍ଟି କରିବାର ମାଧ୍ୟମ ସାଜିଥିଲା ।

Advertisment

 ବ୍ରହ୍ମପୁର ସହରରେ ବସ୍ତିରୁ ଆରମ୍ଭ କରି ମହଲ ପର୍ଯ୍ୟନ୍ତ  ସମସ୍ତେ ପବିତ୍ର ହୋଲିକୁ ମହା- ଆଡ଼ମ୍ବର ସହକାରେ ପାଳନ କରିଛନ୍ତି। ସାହିସାହି, ଛକଛକରେ ସଙ୍ଗୀତର ତାଳେ ତାଳେ ସମସ୍ତେ ନେଇଛନ୍ତି ହୋଲିର ମଜା। ପିଲାଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକ ଦଳ ଦକ ହୋଇ ସହର ପରିକ୍ରମା କରି ପରସ୍ପରକୁ ରଙ୍ଗ ବୋଳିଥିଲେ। ତେବେ ଦହିହାଣ୍ଡି ଭଙ୍ଗା ସମସ୍ତଙ୍କୁ ଆକର୍ଷିତ କରିଥିଲା