କନକ ବ୍ୟୁରୋ : ଗାଁକୁ ମାଡ଼ି ଆସୁଛି ନଦୀ। କୂଳ ଲଂଘି ଚାଲିଛି ବ୍ରାହ୍ମଣୀ। ଆଶଙ୍କାରେ ଗ୍ରାମବାସୀ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର କୋଳିଢିହ ପଞ୍ଚାୟତରେ ଚନ୍ଦନ ନଗର ଗାଁ ଆଡ଼କୁ ମାଡ଼ି ଆସୁଛି ବ୍ରାହ୍ମଣୀ ନଦୀ। ୭୦ ପରିବାରର ପାଞ୍ଚଶହ ଲୋକ ରହୁଥିବା ବେଳେ ପାଖରେ ନଦୀ ଥିବାରୁ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ। କିଛି ଲୋକ ଗାଁ ଛାଡ଼ି ଅନ୍ୟତ୍ର ଚାଲି ଯାଉଛନ୍ତି।
ଗାଁ ଠାରୁ ମାତ୍ର ୨ଶହ ମିଟର ଦୂରରେ ରହିଛି ବ୍ରାହ୍ମଣୀ ନଦୀ । ନଦୀ ଗର୍ଭରେ ଲୀନ ହୋଇଗଲାଣି ଚାରିଶହ ଏକର ଚାଷ ଜମି। ଏବେ ଗାଁ ହଜି ଯିବାର ଭୟ ଘାରିଛି। ନଦୀର ଉଗ୍ରରୂପ ଦେଖି, ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଯଥାଶୀଘ୍ର ଏହାର ପ୍ରତିକାର ପାଇଁ ପ୍ରଶାସନ ପାଖରେ ଦାବି କରିଛନ୍ତି।
ଗାଁର ସୁରକ୍ଷା ଲାଗି ପ୍ରଶାସନ ଠାରୁ ରାଜନେତାଙ୍କୁ ଗୁହାରି କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି କ୍ଷ ତୁରନ୍ତ ପଥର ପ୍ୟାକିଂ କରାନଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/Mrjig0wyQ3b3E1IHohZX.jpg)