କନକ ବ୍ୟୁରୋ: ଭୁବନେଶ୍ବରରେ ବଳଙ୍ଗା ପୀଡ଼ିତାଙ୍କ ମୃତଦେହ  । ଦିଲ୍ଲୀରୁ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲା ମରଶରୀର । ଏଠାରୁ ପୀଡ଼ିତାଙ୍କ ମୃତଦେହ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମହାପ୍ରୟାଣ ଗାଡ଼ିରେ ତାଙ୍କ ଜନ୍ମଭୂମିକୁ ନିଆଯାଉଛି । ପରିସ୍ଥିତି ଚାପା ଉତ୍ତେଜନା ଥିବାରୁ ବିମାନବନ୍ଦର ବାହାରେ କମିସନରେଟ ପୁଲିସ ପକ୍ଷରୁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ପୀଡ଼ିତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ପହଞ୍ଚିଛନ୍ତି । ସ୍ବତନ୍ତ୍ର କାରକେଡ ଓ ଗୋଟିଏ ପ୍ଲାଟୁନ ପୁଲିସ ବ୍ୟବସ୍ଥାରେ ମୃତଦେହ କମିସନରେଟ ପୁଲିସ ସୀମା ପର୍ଯ୍ୟନ୍ତ ଯିବ ବୋଲି ଭୁବନେଶ୍ବର ଡିସିପି ଜଗମୋହନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Advertisment

ବଳଙ୍ଗା ପୀଡ଼ିତାଙ୍କ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ଘଟିଥିଲା । ଆଜି ପୂର୍ବାହ୍‌ଣରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ ହୋଇଥିଲା । ଏହା ପରେ ତାଙ୍କ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ରାଜ୍ୟ ସରକାରଙ୍କ ସହଯୋଗରେ ମୃତଦେହ ଏମ୍‌ସ ବିମାନବନ୍ଦରକୁ ସ୍ବତନ୍ତ୍ର ବ୍ୟବସ୍ଥାରେ ରାତି ପ୍ରାୟ ୯ଟାରେ ନିଆଯାଇ ଥିଲା । ଏହା ପରେ ମୃତଦେହ ଦିଲ୍ଲୀ-ଭୁବନେଶ୍ବର ବିମାନରେ ବାହାରିଥିଲା ।