କମୁନି ମଣିପୁର ଉତ୍ତେଜନା, ପୁଣି ନଦୀରୁ ମିଳିଲା କୁକି ସମ୍ପ୍ରଦାୟ ବ୍ୟକ୍ତିଙ୍କ ମୃତଶରୀର..

କମୁନି ମଣିପୁର ହିଂସା ଓ ଉତ୍ତେଜନା । ପୁଣି ନଦୀରୁ ମିଳିଲା କୁକି ସମ୍ପ୍ରଦାୟ ବ୍ୟକ୍ତିଙ୍କ ମୃତଶରୀର । କିଛି ସମୟ ପରେ ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଉଚ୍ଚସ୍ତରୀୟ ବୈଠକ ।

MEETING

କନକ ବ୍ୟୁରୋ : କମୁନି ମଣିପୁର ହିଂସା ଓ ଉତ୍ତେଜନା । ସୋମବାର ମଣିପୁରର ଜିରିବମ୍  ଜିଲ୍ଲାର ମୈତେଇ ସମ୍ପ୍ରଦାୟର ରିଲିଫ କ୍ୟାମ୍ପରୁ ଆସିଛି ଛାତି ଥରାଇ ଦେବା ଭଳି ଘଟଣା । ଏଠାରୁ ଦୁଇଜଣଙ୍କୁ ଅପହରଣ କରିବା ପରେ ସେମାନଙ୍କୁ ହତ୍ୟା ପରେ ମୁଣ୍ଡ ବିହୀନ କରି ନଦୀରେ ଫିଙ୍ଗି ଦିଆଯାଇଛି । ଆସାମ ସୀମାବର୍ତ୍ତୀ ସହରରୁ ଅପହରଣ ପରେ ତାଙ୍କର ଦୁଇ ସନ୍ତାନ, ପତ୍ନୀ, ଶାଶୁ, ପତ୍ନୀଙ୍କ ଭଉଣୀ ଏବଂ ପୁଅଙ୍କୁ କୁକି ଆତଙ୍କବାଦୀଙ୍କ ଦ୍ୱାରା ବନ୍ଦୀ ଅବସ୍ଥାରେ ହତ୍ୟା କରାଯାଇଥିବା ଜଣେ ବ୍ୟକ୍ତି କୋହଭରା  କଣ୍ଠରେ କହିଛନ୍ତି ।

ରବିବାର ହିରୋଇଜଙ୍କ ୬୦ ବର୍ଷିୟା ଶାଶୁ ଏବଂ ତାଙ୍କର ଅଢେଇ ବର୍ଷର ପୁଅର ମୃତଦେହ ଜିରିବାମ ନିକଟ ଏକ ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ନଦୀରେ ଭାସୁଥିବା କିଛି ଭଙ୍ଗା ଗଛର ଶାଖା ମଧ୍ୟରେ ହିରଜିତଙ୍କ ପୁଅର ମୁଣ୍ଡବିହୀନ ମୃତଦେହ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବାଳକଟିର ଶରୀରରୁ ବାହୁ ମଧ୍ୟ ନିଖୋଜ ଥିଲା । ସେପଟେ ପୁଅର ଜେଜେମା’ଙ୍କ ଅର୍ଦ୍ଧ ଉଲଗ୍ନ ଶରୀର ନଦୀରେ ଭାସୁଥିବା ଦେଖିବାକୁ । ସେପଟେ ପରିସ୍ଥିତିର ମୁକାବିଲା କିଭଳି କରାଯିବ ଏନେଇ ଆଜି ଦିଲ୍ଲୀରେ ବସୁଛି ହାଇଲେବୁଲ ମିଟିଂ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe