କନକ ବ୍ୟୁରୋ;  ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ ଜିଆକଟା ଗାଁରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ଚାଲିଯାଇଛି ୨ଜଣଙ୍କ ଜୀବନ । ଦିନ ପ୍ରାୟ ୧୧ଟା। ଅଚାନକ ବିସ୍ଫୋରଣରେ ଥରି ଉଠିଥିଲା ଜିଆକଟା ଗାଁ । ବିସ୍ଫୋରଣରେ ଧୂଆଁମୟ ହୋଇ ଯାଇଥିଲା ପୂରା ଅଂଚଳ । ବୋମା ଫୁଟିଲା ଭଳି ବହୁ ଉପରକୁ ଉଠିଥିଲା ଧୂଆଁ । ଆଉ ଏ ହେଉଛି ବିସ୍ଫୋରଣ ପରର ଦୃଶ୍ୟ । ମାଟିରେ ମିଶି ଯାଇଛି ଜିଆକଟା ଗାଁ ସମେତ ପାଖ ଗାଁର ବହୁ ସଂଖ୍ୟାରେ ଘର । ଏପରିକି ଏଣେ ତେଣେ ବିଛାଡି ହୋଇ ପଡିଛି ଭଂଗା ଘରରର ଇଟା, ଆଜବେଷ୍ଯସ ଓ ଅନ୍ୟାନ୍ୟ ସାମଗ୍ରୀ । ପାଖ ବଜାରର ଥିବା କିଛି ଦୋକାନର କାଚ ମଧ୍ୟ ଭାଂଗିଯାଇଥିବା ସୂଚନା ମିଳିଛି ।
 
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ପରେ ଆଉ ଜଣଙ୍କର ମ୍ୟତ୍ୟୁ ହୋଇଛି । ବହୁ ଲୋକ ଗୁରୁତର ଭାବେ ଆହତ ହୋଇ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।  ଆହତମାନଙ୍କ ମଧ୍ୟରେ କେତେ ଜଣଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଁଚି ଆହତଙ୍କୁ ଉଦ୍ଧାର କରି ହସ୍ଫିଟାଲକୁ ପଠାଇଛନ୍ତି । ଏଥିସହ ବିସ୍ଫୋରଣ କେମିତି ଘଟଣା ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ । 
 
ବାଣ ଗୋଦାମରେ ବିସ୍ଫୋରଣ ଘଟିଥିବା କୁହାଯାଉଥିଲେ ବି ପାରିପାର୍ଶ୍ବକ ସ୍ଥିତି ଭିନ୍ନ କଥା କହୁଛି । ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲେ ଏତେ ଭୟଙ୍କର ହୋଇନଥାନ୍ତା ବୋଲି ସନ୍ଦେହ କରାଯାଉଛି । ଘର ଭିତରେ ଜିଲୋଟିନ ଥିଲା ବୋଲି ଆଶଙ୍କା କରାଯାଉଛି । 
 

Advertisment