ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଉଛି ବ୍ଲାକ୍‌ସ୍ବାନ୍ ଶିଖର ସମ୍ମିଳନୀ,  ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ବୈଶ୍ଵିକ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ

Advertisment

ପ୍ରାୟ ୨୪ ଟି ଦେଶରୁ ଯୋଗଦେବେ ୧୭ ଶହ ପ୍ରତିନିଧି । ନିଯୁକ୍ତି, ଶିକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ହେବ ମାନସ ମନ୍ଥନ

ପ୍ରାୟ ୨୪ ଟି ଦେଶରୁ ଯୋଗଦେବେ ୧୭ ଶହ ପ୍ରତିନିଧି । ନିଯୁକ୍ତି, ଶିକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ହେବ ମାନସ ମନ୍ଥନ

Black Swan Summit

Black Swan Summit Photograph: (KanakNews)

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହେଉଛି ବ୍ଲାକ୍‌ସ୍ବାନ୍ ଶିଖର ସମ୍ମିଳନୀ । ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ବୈଶ୍ଵିକ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ନିଯୁକ୍ତି, ଶିକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ବିଷୟବସ୍ତୁ ଉପରେ ହେବ ମାନସ ମନ୍ଥନ । ପ୍ରାୟ ୨୪ ଟି ଦେଶରୁ ୧୭ ଶହ ପ୍ରତିନିଧି ଓ ଶତାଧିକ ବକ୍ତା ଏଥିରେ ଯୋଗ ଦେଉଥିବା ସୂଚନା ମିଳିଛି ।

 ଅଧିକ ପଢନ୍ତୁ: ‘ସମ୍ବାଦ ସାହିତ୍ୟ ପକ୍ଷ’ ଚତୁର୍ଥ ଦିବସ, ନାଟକ ପଥରକୁ ମଣିଷ କରେ...

 ବିଶ୍ଵସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ, ନବସୃଜନକାରୀ ତଥା ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ। ଓଡ଼ିଶା ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫଟିଏନ) ମିଳିତ ଆନୁକୂଲ୍ୟରେ ଏହି ସମିଟ୍ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe