କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ଠାରୁ ଆରମ୍ଭ ହେଉଛି ବ୍ଲାକ୍‌ସ୍ବାନ୍ ଶିଖର ସମ୍ମିଳନୀ । ଭାରତରେ ପ୍ରଥମ ଥର ପାଇଁ ଆୟୋଜନ ହେଉଥିବା ଏହି ବୈଶ୍ଵିକ ସମ୍ମିଳନୀ ଦୁଇ ଦିନ ଧରି ଚାଲିବ । ନିଯୁକ୍ତି, ଶିକ୍ଷା ଓ ବିଶ୍ଵ ଦକ୍ଷତା କେନ୍ଦ୍ର ଉପରେ ଏଆଇର ପ୍ରଭାବ ବିଷୟବସ୍ତୁ ଉପରେ ହେବ ମାନସ ମନ୍ଥନ । ପ୍ରାୟ ୨୪ ଟି ଦେଶରୁ ୧୭ ଶହ ପ୍ରତିନିଧି ଓ ଶତାଧିକ ବକ୍ତା ଏଥିରେ ଯୋଗ ଦେଉଥିବା ସୂଚନା ମିଳିଛି ।

Advertisment

 ଅଧିକ ପଢନ୍ତୁ: ‘ସମ୍ବାଦ ସାହିତ୍ୟ ପକ୍ଷ’ ଚତୁର୍ଥ ଦିବସ, ନାଟକ ପଥରକୁ ମଣିଷ କରେ...

 ବିଶ୍ଵସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ, ନବସୃଜନକାରୀ ତଥା ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ। ଓଡ଼ିଶା ସରକାର ଏବଂ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ (ଜିଏଫଟିଏନ) ମିଳିତ ଆନୁକୂଲ୍ୟରେ ଏହି ସମିଟ୍ ଆୟୋଜନ କରାଯାଇଛି । ଏହି ସମ୍ମିଳନୀରେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।