ଟ୍ରକ୍-କାର ଲଗାଇ ଯେତେ ନେତାଙ୍କୁ ନେବା କଥା ବିଜେପି ନେଇଯାଉ । ମୋ ଯୋଗାଯୋଗରେ ବି ଅନେକ ବିଜେପି ନେତା ଅଛନ୍ତି : ସନ୍ତୃପ୍ତ ମିଶ୍ର

Advertisment

ଟ୍ରକ୍, କାର୍, ପ୍ଲେନ୍ ଲଗାଇ ସବୁ ନେତାଙ୍କୁ ବିଜେପି ନେଇଯାଉ ।

ଟ୍ରକ୍, କାର୍, ପ୍ଲେନ୍ ଲଗାଇ ସବୁ ନେତାଙ୍କୁ ବିଜେପି ନେଇଯାଉ ।

Santrupta

କନକ ବ୍ୟୁରୋ : ବିଜେଡି ନେତା ଦଳ ଛାଡିବା ନେଇ ପ୍ରତିକ୍ରିୟା ରଖିଛନ୍ତି  ବିଜେଡିର ଜାତୀୟ ମୁଖପାତ୍ର ସଂନ୍ତୃପ୍ତ ମିଶ୍ର । ଦଳ ଛାଡୁଥିବା ନେତାଙ୍କ ଉପରେ ହର୍ଷିବା ସହ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, ଯେଉଁମାନେ ଏବେ ବିଜେଡି ଛାଡୁଛନ୍ତି ସେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ଛାଡୁଛନ୍ତି । 

ସେପଟେ ବିଜେପିକୁ ଟାର୍ଗେଟ କରି ସନ୍ତୃପ୍ତ ମିଶ୍ର କହିଛନ୍ତି, ବିଜେଡିରୁ ଯେତେ ନେତା ବିଜେପି ନେବା କଥା ନେଇଯାଉ । ଟ୍ରକ୍, କାର୍, ପ୍ଲେନ୍ ଲଗାଇ ସବୁ ନେତାଙ୍କୁ ବିଜେପି ନେଇଯାଉ । କିନ୍ତୁ ମିଡିଆରେ ଆସି ଭିତିହୀନ କଥା ନକୁହନ୍ତୁ । ବିଜେଡିର ଅନେକ ନତା ବିଜେପି ସଂମ୍ପର୍କରେ ଅଛନ୍ତି ବୋଲି ଭିତିହୀନ କଥା ନକୁହନ୍ତୁ । ମୁଁ ବି କହୁଛି... ବିଜେପିର ଅନେକ ନେତା ମୋ ସହ ଯୋଗାଯୋଗରେ ଅଛନ୍ତି । ନେତାମାନେ ବ୍ୟକ୍ତିଗତ ସ୍ତରରେ ସବୁବେଳେ ଯୋଗାଯୋଗରେ ଥାଆନ୍ତି । ତା’ର ଅର୍ଥ ନୁହେଁ ନେତା ରାଜନୈତିକ ଦଳ ପରିବର୍ତ୍ତନ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe