କନକ ବ୍ୟୁରୋ : ଢେଙ୍କାନାଳ ସଦର ବ୍ଲକ କବଜା କରିଛି ବିଜେପି। ଢେଙ୍କାନାଳ ସଦର ବ୍ଲକ ବିଜେଡି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଭୋଟିଂ ହୋଇଥିଲା । ଯେଉଁଥିରେ ବିଜେପି କବଜାକୁ ଗଲା ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷ ପଦ । ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ହଟିବା ପରେ ବିଜେପି ସମର୍ଥିତ ପ୍ରାର୍ଥୀ ହେବେ ନୁତନ ବ୍ଲକ ଅଧ୍ୟକ୍ଷା । ମୋଟ ୬୨ ଖଣ୍ଡ ଭୋଟ ହୋଇଥିବା ବେଳେ ସେଥିରୁ ୪୪ ଖଣ୍ଡ ଭୋଟ ଅନାସ୍ଥା ସପକ୍ଷରେ ଓ ୧୭ ଖଣ୍ଡ ଭୋଟ ଅନାସ୍ଥା ବିପକ୍ଷରେ ଯାଇଥିଲା । ଗୋଟିଏ ଭୋଟ ନାକଚ ହୋଇଥିବା ଜଣାପଡିଛି । ଅନାସ୍ଥା ଭୋଟିଂ ନେଇ ଢ଼େଙ୍କାନାଳରେ ବିଜେପିର ଦବଦବା ଜାରି ରହିବା ସହ ଓଡିଶାରେ ବିଜେଡି ଧୀରେ ଧୀରେ ସଫା ହେଇଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହା ସହ ବିଭିନ୍ନ ମନ୍ତବ୍ୟ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।