କନକ ବ୍ୟୁରୋ: ନୂଆ ବର୍ଷରେ ବିଜେପି ପାଇବ ନୂଆ ମଙ୍ଗୁଆଳ । ଯାହାଙ୍କ ନେତୃତ୍ୱରେ ବିଜେପି ଲଢ଼ିବ ପଞ୍ଚାୟତ ପୌର ନିର୍ବାଚନ । ଏଥିପାଇଁ ଆରମ୍ଭ ହୋଇଛି ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା  

Advertisment
  • ବିଜେପି ସଂଗଠନର ଗତି କୁଆଡେ ?
  • ପୁରୁଣା ଟିମକୁ ମିଳିବ ପ୍ରାଇଜ ପୋଷ୍ଟ ନା ହେବେ ରିପିଟ 

କେଉଁ ଆଡକୁ ଯିବ ରାଜ୍ୟ ବିଜେପିର ସଂଗଠନ । ରାଜ୍ୟ ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ବିଜେପିର ସଂଗଠନକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଯେଉଁ ଟିମ ରାଜ୍ୟରେ ପ୍ରଥମଥର ଲାଗି ବିଜେପିର ସରକାର କରାଇବାରେ ମୁଖ୍ୟ ଭୂମିକା ନେଇଥିଲେ ଏବେ ସେମାନଙ୍କ ଭବିଷ୍ୟତ କଣ ହେବ ? ସେମାନଙ୍କୁ ସରକାରରେ ଖାଲି ପଡ଼ିଥିବା ପଦ ପଦବୀରେ ଥଇଥାନ କରାଯିବ ନା ପୁଣି ଥରେ ସଂଗଠନର ଦାୟିତ୍ୱ ଦେବେ କେନ୍ଦ୍ରୀୟ ନେତୃତ୍ୱ ।

ଏପଟେ ପ୍ରଶ୍ନ ଉଠୁଛି ଦଳ ଯଦି ପୁରୁଣା ସଂଗଠନ ନେତୃତ୍ୱଙ୍କୁ ପ୍ରାଇଜ ପୋଷ୍ଟ ଦିଏ ତେବେ କିଏ ଧରିବେ ରାଜ୍ୟ ବିଜେପିର ମଙ୍ଗ । କାହା ଅଙ୍ଗୁଳି ନିର୍ଦେଶରେ ଦଳ ଲଢ଼ିବ ପୌର ପଞ୍ଚାୟତ ନିର୍ବାଚନ । ରେସରେ ଅନେକ ନେତାଙ୍କ ନା ଆସୁଥିବାବେଳେ ଦଳ କାହାକୁ ଭରସାରେ ନେବ ତାହା ସାଙ୍ଗଠନିକ ନିର୍ବାଚନ ପରେ ହିଁ ସ୍ପଷ୍ଟ ହେବ ।

ତେବେ ନୂଆ ସଂଗଠକଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ ଆଗାମୀ ପଞ୍ଚାୟତ ପୌର ନିର୍ବାଚନ । ବିଜେଡ଼ି ମଧ୍ୟ ବିଜେପିକୁ ମାତ ଦେବାକୁ କୌଣସି ସୁଯୋଗ ହାତ ଛଡା କରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ଗୋଟି ଚାଳନା କରିବ କେନ୍ଦ୍ରୀୟ ନେତୃତ୍ୱ ।