କନକ ବ୍ୟୁରୋ:  ବାଲେଶ୍ୱର ନୀଳଗିରି ଲଜ୍ଜାକୁ ନେଇ  ବିଜେପି ଉପରେ ବର୍ଷିଲେ  ବଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ପ୍ରେସମିଟ୍  କରି ବର୍ଷିଛନ୍ତି ଲେଖାଶ୍ରୀ । ଗତ ୭ ତାରିଖରେ ନୀଳଗିରି  ନିର୍ବାଚନମଣ୍ଡଳିର ଧୋବଶିଳା ଠାରେ  ଜଣେ ଆଦିବାସୀ ମହିଳାଙ୍କ ସହ ହୋଇଥିଲା  ଦୁଷ୍କର୍ମ ।   ମହିଳା ଜଣଙ୍କ ରାତିରେ ଶୋଇଥିବାବେଳେ  ଜଣେ ଦୁର୍ବୃତ୍ତ ( ଆକାଶ ବିନ୍ଧାଣି ) ଘରେ ପଶି  ମହିଳାଙ୍କ  ସହ  ଦୁଷ୍କର୍ମ କରିଥିଲା । ତେବେ ସବୁଠୁ  ବଡ କଥା ଧୋବଶିଳା ହେଉଛି ଖୋଦ୍ ବିଜେପ  ସାଂସଦ ପ୍ରତାପ  ସଡ଼ଙ୍ଗୀଙ୍କ  ନିଜ ପଞ୍ଚାୟତ । ପ୍ରତାପ  ସଡ଼ଙ୍ଗୀଙ୍କ ନିଜ ପଞ୍ଚାୟତରେ ମହିଳା  ନାହାଁନ୍ତି ସୁରକ୍ଷିତ । ଏନେଇ ସିଧା ସିଧା ବିଜେପିକୁ ଟାର୍ଗେଟ କରିଛନ୍ତି ଲେଖାଶ୍ରୀ । ମହିଳାଙ୍କ ସ୍ୱାମୀ ଘରେ ନଥିବାବେଳେ ଆକାଶ ବିନ୍ଧାଣି ମହିଳାଙ୍କ ତଣ୍ଟିରେ  ଛୁରି ଦେଖାଇ  ଦୁଷ୍କର୍ମ କରିଥିଲେ ।  

Advertisment

ଏନେଇ  ୯ ତାରିଖ ଦିନ ପୀଡିତା ଜଣଙ୍କ ଥାନରେ ଏତଲା ଦେଲା ପରେ ମଧ୍ୟ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ  ନେଇନଥିଲା । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି ଲେଖାଶ୍ରୀ । ଲେଖାଶ୍ରୀ ଅଭିଯୋଗ ମଧ୍ୟ ଆଣି କହିଛନ୍ତି ଯେ ଏହି ଘଟଣା ଘଟାଇଥିବା ଆକାଶ ବିନ୍ଧାଣି ଭାରତୀୟ ଜନତା ପାର୍ଟିର ଜଣେ କର୍ମୀ । ଯେଉଥିପାଇଁ ଏହି ଘଟଣାକୁ ଚାପି ଦେବା ପାଇଁ  ପୁଲିସ୍ ଉପରେ ଚାପ ବି ଥାଇପାରେ କି  ଜାଣିଶୁଣି   ପୁଲିସ୍  ଏ ଘଟଣାରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି । ଏପଟେ  ନାରୀଙ୍କୁ ସମ୍ନାନ ଦେବା କଥା କହୁଥିବା ସାଂସଦ ପ୍ରତାପ ସଡଙ୍ଗୀ ଏ ଘଟଣାରେ ସମ୍ପୂର୍ଣ୍ଣ ନିରବ ହୋଇ  ଦୋଷୀକୁ  ଆଶ୍ରୟ ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ଲେଖାଶ୍ରୀ । ତେବେ ସେଠାକାର ସ୍ଥାନୀୟ  ବିଜେଡି ନେତା ସୁକାନ୍ତ କୁମାର ନାୟକ ପୀଡିତାଙ୍କ ଘରକୁ ଯାଇ  ତାଙ୍କ ସହ ଆଲୋଚନା କରିଛନ୍ତି । ଏଥିସହିତ କିପରି ପୀଡିତା ଜଣଙ୍କ  ନ୍ୟାୟ ପାଇବେ  ସେନେଇ ବିଜେଡି ଚେଷ୍ଟା କରୁଛି ବୋଲି ଲେଖାଶ୍ରୀ କହିଛନ୍ତି ।