କନକ ବ୍ୟୁରୋ : ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଆସିନାହିଁ । ହେଲେ ଟ୍ରେଣ୍ଡ ମୁତାବକ ବିଜେପି ତୃତୀୟ ଥର ପୁଣି ହରିୟାଣାରେ ସରକାର ଗଠନ କରିବାକୁ ଯାଉଥିବା ସ୍ପଷ୍ଟ ହେବାରେ ଲାଗିଛି । ସଦ୍ୟ ରିପୋର୍ଟ ମୁତାବକ ହରିଆଣାରେ ସରକାର ଗଠନ କରିବାକୁ ୪୭ ବିଧାୟକଙ୍କ ସମର୍ଥନ ଦରକାର ଥିବା ବେଳେ ବିଜେପି ୪୯, କଂଗ୍ରେସ ୩୬ ଟି ଆସନରେ ଆଗୁଆ ଚାଲିଛି । ଏଗଜିଟ୍ ପୋଲ ତଥ୍ୟ ମିଥ୍ୟା ପ୍ରମାଣିତ ହେବାକୁ ଯାଉଛି ।  ଏଗଜିଟ୍ ପୋଲ କରିଥିବା ସମସ୍ତ ସର୍ଭେ ସଂସ୍ଥା ହରିୟାଣାରେ କଂଗ୍ରେସକୁ ବହୁମତ ମିଳୁଥିବା ଦେଖାଇଥିଲେ । ହେଲେ ଏବେ ଟ୍ରେଣ୍ଡ ମୁତାବକ ଏଗଜିଟ୍ ପୋଲ ମିଥ୍ୟା ପ୍ରମାଣିତ ହେବାକୁ ଯାଉଛି ।