କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ରାଜ୍ୟ ପ୍ରତିଯୋଗିତା କରୁଛନ୍ତି। ତେଣୁ ବାହାରକୁ ଯାଇ ରୋଡ଼ ସୋ କରିବାର ଆବଶ୍ୟକତା ଅଛି। ମୁଖ୍ୟମନ୍ତ୍ରୀ ସିଙ୍ଗାପୁର ଯାଇଛନ୍ତି। ‘ଇଜ ଅଫ ଡୁଇଙ୍ଗ ବିଜନେସ’କୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ‘ଇଜ ଅଫ ଡୁଇଙ୍ଗ’ ବିଜନେସର କର୍ମଶାଳା ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା। ‘ଇଜ ଅଫ ଡୁଇଙ୍ଗ ବିଜନେସ’ ଯେତେ ସ୍ୱଚ୍ଛ ହେବ, ନିବେଶ ସେତେ ବଢିବ ଓ ନିବେଶକଙ୍କ ଆଗ୍ରହ ବଢିବ। ଯଦି ଆଇନଗତ ବା ଜମି ଅଧିଗ୍ରହଣ ପରି ସମସ୍ୟା ରହିବ, ନିବେଶକ ଆଗ୍ରହ ପ୍ରକାଶ କରିବେ ନାହିଁ। ଭଲ ବାତାବରଣ ନ ରହିଲେ, ନିବେଶକ ଆସିବେ ନାହିଁ। ପୋସ୍କୋ ଆଣିବେ ବୋଲି ରାଜ୍ୟ ସରକାର କହିଲେ । ନବୀନ ପଟ୍ଟନାୟକଙ୍କ ସମୟରେ ବି ପୋସ୍କୋ ଆସିଥିଲା। ସେ ସମୟରେ କିଛି ବିଜେପି ନେତା ଏହାକୁ ବିରୋଧ କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମନିଟର କରିବା ସତ୍ୱେ କଂଗ୍ରେସ ନେତା ବି ବିରୋଧ କରୁଥିଲେ। ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏକ ବରିଷ୍ଠ ପ୍ରତିନିଧି ମଣ୍ଡଳ ସହ ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସିଂଗାପୁର ଗସ୍ତକୁ ନେଇ ବିଜେଡିର ପ୍ରତିକ୍ରିୟା । ଦେବୀ ମିଶ୍ର କହିଲେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସକୁ ଗତିଶୀଳ କଲେ ଆସିବେ ନିବେଶକ
‘ଇଜ ଅଫ ଡୁଇଙ୍ଗ ବିଜନେସ’କୁ ଆହୁରି ଗତିଶୀଳ କରିବାର ଆବଶ୍ୟକତା ରହିଛି। ‘ଇଜ ଅଫ ଡୁଇଙ୍ଗ’ ବିଜନେସର କର୍ମଶାଳା ଓଡ଼ିଶାରେ ହିଁ ପ୍ରଥମେ ହୋଇଥିଲା। ‘ଇଜ ଅଫ ଡୁଇଙ୍ଗ ବିଜନେସ’ ଯେତେ ସ୍ୱଚ୍ଛ ହେବ, ନିବେଶ ସେତେ ବଢିବ ଓ ନିବେଶକଙ୍କ ଆଗ୍ରହ ବଢିବ। ଯଦି ଆଇନଗତ ବା ଜମି ଅଧିଗ୍ରହଣ ପରି ସମସ୍ୟା ରହିବ, ନିବେଶକ ଆଗ୍ରହ ପ୍ରକାଶ କରିବେ ନାହିଁ। ଭଲ ବାତାବରଣ ନ ରହିଲେ, ନିବେଶକ ଆସିବେ ନାହିଁ। ପୋସ୍କୋ ଆଣିବେ ବୋଲି ରାଜ୍ୟ ସରକାର କହିଲେ ।
/kanak/media/media_files/2024/11/16/CwxX0gVtJ2C9uMnHHdu4.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)