ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ବିଜେଡି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଝଡ ସୃଷ୍ଟି

Advertisment

ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ସାଂସଦଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା

ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ସାଂସଦଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା

ରିଆକ୍ସନ ଅନ ସୁଲତା

ରିଆକ୍ସନ ଅନ ସୁଲତା Photograph: (kanakNews)

କନକ ବ୍ୟୁରୋ :ପହଲଗାମ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣକୁ ନେଇ ବିଜେଡି ସାଂସଦଙ୍କ ବିବାଦୀୟ ବୟାନକୁ ନେଇ ଝଡ ସୃଷ୍ଟି ହୋଇଛି। ସୁଲତାଙ୍କ ଏଭଳି ଶାଳିନତା ହୀନ ବୟାନକୁ ନେଇ ବିଷୋଦଗାର କରିଛନ୍ତି ଅନ୍ୟଦଳର ନେତା । ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓଙ୍କର ଏହି ବିବାଦୀୟ ବୟାନକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଗୋଟିଏ ପଟେ ହିନ୍ଦୁ କି ନୁହେଁ ପଚାରି ଆତଙ୍କବାଦୀ ଗୁଳି ମାରିଚାଲିଥିଲେ ବୋଲି ମୃତକଙ୍କ ପରିବାର କହୁଛନ୍ତି। ଅନ୍ୟପଟେ ଏଭଳି ସମ୍ବେଦନଶୀଳ ଘଟଣାରେ ବିଜେଡି ସାଂସଦଙ୍କ ସମ୍ବେଦନହୀନ ମନ୍ତବ୍ୟକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । 

ଖୋଦ୍ ତାଙ୍କ ଦଳୀୟ ନେତା ମଧ୍ୟ ଏହାକୁ ନେଇ ସୁଲତା ଦେଓଙ୍କୁ ଘେରିଛନ୍ତି।  ସାଂସଦ ସୁଲତା ଦେଓଙ୍କ ଦାୟିତ୍ବହୀନ ମନ୍ତବ୍ୟକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସୁଲତାଙ୍କ ଉପରେ ଲୋକେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର । ତେବେ ଏଠି ପ୍ରଶ୍ନ ଉଠୁଛି, ଶାଳୀନତା ଭୁଲିଗଲେ କି ସୁଲତା ? ଇଏ ଅଜ୍ଞତା ନା ବାକ୍ ଚାତୁରୀ ? ପୂରା ଦେଶ ପ୍ରତିକ୍ରିୟାଶୀଳ ଥିବାବେଳେ ସାଂସଦ ସୁଲତାଙ୍କ ଏମିତି ହାଲ୍‌କା ମନ୍ତବ୍ୟ କାହିଁକି ? ବୋଲି ପ୍ରଶ୍ନ ଉଠିଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe