ବିଜେପି ବିଧାୟକ ସରୋଜ ପାଢ଼ୀଙ୍କ ଅଭିଯୋଗ । ଦଳ ବଞ୍ଚାଇବା ପାଇଁ ଦିଲ୍ଲୀ ମୁଁହା ନବୀନ । ଓଡ଼ିଶାରେ ବିଜେଡି ସଂଗଠନ ଭୁଶୁଡିବା ପରେ ଇଣ୍ଡି ମେଣ୍ଟ ସାହାଯ୍ୟରେ ଦଳର ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି ନବୀନ । ଏଭଳି ବୟାନ ଦେଇଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।
ଷ୍ଟାଲିନଙ୍କ ମନ୍ତ୍ରୀ ମଣ୍ଡଳ ସଦସ୍ୟଙ୍କୁ ଭେଟି ତାଙ୍କ ବୈଠକରେ ସାମିଲ ନେଇ ସହମତି ଜଣାଇବା ପରେ ଇଣ୍ଡି ମେଣ୍ଟ ମୁଁହା ହେଉଥିବା ସଂକେତ ଦେଇଛନ୍ତି ନବୀନ । ଦଳ ବଞ୍ଚାଇବା ପାଇଁ ସାହାରା ନେବାକୁ ଯାଉଛନ୍ତି ସେ ଯାହାର ସାହାରା ନିଅନ୍ତି ତାକୁ ଧ୍ବଂସ କରନ୍ତି ବୋଲି କଟାକ୍ଷ କରିଛନ୍ତି ବିଜେପି ବିଧାୟକ । ବିଜେପି ସହ ରହି ବିଜେପିକୁ ଧ୍ବଂସ କରିବେ ଭାବିଲେ । ଭାବାଭାବି ଭିତରେ ସରକାରରୁ ପଳେଇଲେ । ଏବେ ଦଳ ଭୁଶୁଡିବାକୁ ବସିଲାଣି । କଂଗ୍ରେସ ସହ ଗରଦାରୀ କରିଥିଲେ କାଳେ କଂଗ୍ରେସ ଦଳ ସବୁକଥା ଭୁଲି ଇଣ୍ଡିଆ ମେଣ୍ଟ ତାଙ୍କୁ ସାହାଯ୍ୟ କରିବ କି ସେଥିପାଇଁ ନବୀନ, ଇଣ୍ଡିଆ ମେଣ୍ଟ ପଛରେ ଲାଗିଛନ୍ତି । ଦଳ ବଞ୍ଚାଇବା ପାଇଁ ଦଳର ଅସ୍ତିତ୍ୱ ଜାହିର ପାଇଁ ନାଟକ କରୁଛନ୍ତି ବୋଲି ବିଧାୟକ ସରୋଜ ପାଢ଼ୀ କହିଛନ୍ତି ।