କନକ ବ୍ୟୁରୋ :  

Advertisment

ଆମ ଓଡ଼ିଶା ନବୀନ ଓଡ଼ିଶା   ୪ ହଜାର କୋଟି ଟଙ୍କା 

ଫାଇଭ୍ -ଟି ସ୍କୁଲ - ୩ହଜାର ୮୭ କୋଟି ଟଙ୍କା

ଅଖା ବ୍ୟାଗ ବଂଟା -୨୪୮ କୋଟି 
ନୂଆ-ଓ’ରେ -୫୩୬ କୋଟି 
ବସୁଧା ଯୋଜନା -୧୮ଶହ କୋଟି 

ନିର୍ବାଚନ ବର୍ଷରେ ଏମିତି ପାଣି ଭଳି ଟଙ୍କା ଖର୍ଚ୍ଚ କରିଥିଲେ ନବୀନ ସରକାର। ଶାଗ, ମାଛ ବାଂଟିବା ଭଳି ପ୍ରକଳ୍ପ ନାଁରେ ଟଙ୍କା ବାଂଟିଥିଲେ। ପ୍ରକଳ୍ପ କେତେ କାର୍ୟ୍ୟକାରୀ ହେଉଛି? ଟଙ୍କା ଖର୍ଚ୍ଚ ଠିକ୍ ବାଟରେ ହେଉଛି କି ନାହିଁ?  ସେ ନେଇ କାହା ପାଖରେ କିଛି ତଥ୍ୟ ନଥିଲା। ହେଲେ, ନିର୍ବାଚନ ଆସୁଥିବାରୁ ପ୍ରକଳ୍ପ ନାଁରେ ରାଜ୍ୟ ରାଜକୋଷକୁ ଟେକି ଦେଇଥିଲେ ବିଜେଡି ସରକାର। କିନ୍ତୁ ସରକାର ବଦଳିବା ପରେ ଏହି ଗୁମରକୁ ଖୋଲୁଛନ୍ତି ମୋହନ ସରକାର। 

ମୋହନ ସରକାର ବିଜେଡି ସରକାରଙ୍କ ଗୁମର ଖୋଲୁଥିବାବେଳେ, ଜୋରଦାର ହୋଇଛି ରାଜନୈତିକ ବୟାନବାଜି। ବିଜେପି ସରକାର ତଦନ୍ତ କରନ୍ତୁ ବୋଲି ବିଜେଡି ନେତା ଆହ୍ବାନ ଦେଉଛନ୍ତି। ଅନ୍ୟପଟେ ତଦନ୍ତ କରି ଦୁର୍ନୀତିର ପର୍ଦାଫାଶ କରାଯିବ ବୋଲ କହିଛନ୍ତି ବିଜେପି ନେତା।  

ତେବେ ପ୍ରଶ୍ନ ଉଠୁଛି, ବିଜେଡି ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ବିତର୍କ, କେବଳ ବୟାନବାଜିର ସୀମିତ ରହିବ ନାଁ ଆଗକୁ ତଦନ୍ତ ହେବ?  ମୋହନ ସରକାର ବିଜେଡି ସରକାର ଖର୍ଚ୍ଚ କରିଥିବା ହଜାର ହଜାର କୋଟି ଟଙ୍କାର ହିସାବ କିତାବ କରିବେ ତ?