କନକ ବ୍ୟୁରୋ : କାହା ଯୋଜନାକୁ କିଏ କରୁଛି ଅନୁକରଣ, ବିଜେଡି ଓ ବିଜେପି ମଧ୍ୟରେ କଥା କଟାକଟି ହୋଇଛି । ବିଜେଡିର ଅଭିଯୋଗ, ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ଲାଗୁ କରି ବାହାବା ନେବାକୁ ଚେଷ୍ଟା କରୁଛି ମୋହନ ସରକାର । ଯାହାବି ନିଷ୍ପତ୍ତି ନେଉଛନ୍ତି ତାହା ପୂର୍ବ ସରକାରର ଅନୁକରଣ । 

Advertisment

କିଛି ଦିନ ତଳେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରୁତୁସ୍ରାବ ପାଇଁ ଅତିରିକ୍ତ ୧୦ ଦିନ ଛୁଟି ମହିଳାଙ୍କୁ ଦିଆଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ବିଜେଡ଼ି ସରକାର ଏ ନିଷ୍ପତ୍ତି ନେଇ ସାରିଥିଲେ। ସେହିପରି ପଦ୍ମ ବିଜେତାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ପୂର୍ବ ସରକାର ମାସିକ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରି ସାରିଥିଲେ ବୋଲି ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।