କନକବ୍ୟୁରୋ :ଆପଣ ଆପଣଙ୍କ ଘର ଗ୍ୟାରେଜରେ ବାଇକ୍ ରଖି ଘରେ ଶୋଇଥିବେ, କିନ୍ତୁ ଗ୍ୟାରେଜରୁ ବାଇକ୍ ଚୋରିଯିବ। ବିଶ୍ବାସ ହେଉନଥିବ, କିନ୍ତୁ ଏମିତି ହିଁ ଘଟିଛି ଗଞ୍ଜାମ ଖଲିକୋଟରେ। ଗ୍ୟାରେଜ ଆଗରୁ ଚୋରି ହୋଇଛି ବାଇକ ।
ସିସିଟିଭିରେ କଏଦ୍ ହୋଇଛି ଚୋରି ବେଳର ଦୃଶ୍ୟ । ୧୬ ନମ୍ବର ଜାତୀୟ ରାଜପଥ ଖଲ୍ଲିକୋଟ ଡିମିରିଆ ଛକ ନିକଟରେ ଥିବା ଭବାନୀ ଗ୍ୟାରେଜରୁ ଗୋଟିଏ ବାଇକ୍ ଚୋରି ହୋଇଛି । ରାତି ୩ଟା ବେଳେ ଦୁର୍ବୃତ୍ତଟି ମାଷ୍ଟର ଚାବି ସାହାଯ୍ୟରେ ବାଇକ୍ ଚୋରି କରି ଚମ୍ପଟ୍ ମାରିଛି। ବାଇକଟି ଗ୍ୟାରେଜ ମାଲିକ କୁନାଲ ପ୍ରଧାନଙ୍କର ବୋଲି ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/JqtRtp2Nhh3Ay5c8yvOM.jpg)