ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବାଇକ ; ରାସ୍ତା ଖରାପ କାରଣରୁ ଦୁର୍ଘଟଣା ଘଟିଥିବା ଅଭିଯୋଗ

Advertisment

ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ବାଇକ । ସୋର କୁପାରି ରାସ୍ତା ପିତାକାଳିଆ ପୋଲ ଉପରୁ ତଳକୁ ପଡି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ବାଇକ । ସୋର କୁପାରି ରାସ୍ତା ପିତାକାଳିଆ ପୋଲ ଉପରୁ ତଳକୁ ପଡି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି ।

accident123

କନକ ବ୍ୟୁରୋ : ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଲା ବାଇକ । ସୋର କୁପାରି ରାସ୍ତା ପିତାକାଳିଆ ପୋଲ ଉପରୁ ତଳକୁ ପଡି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ଜଣେ ଗୁରୁତର ଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଲେ କାନପୁର ଗାଁର ରବୀନ୍ଦ୍ର ସାହୁ ଓ ଗୁରୁତର ଜଣଙ୍କ ହେଲେ ରବୀନ୍ଦ୍ର ମଣ୍ଡଳ । ଦୁଇ ବନ୍ଧୁ ତୁଡ଼ିଗଡ଼ିଆରୁ ଘରକୁ ଫେରୁଥିବା ବେଳେ ରାସ୍ତା ଖରାପ କାରଣରୁ ଭାରସାମ୍ୟ ହରାଇ ତଳକୁ ବାଇକ ସମେତ ଖସିପଡିଥିଲେ । ସ୍ଥାନିୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ରବୀନ୍ଦ୍ର ସାହୁଙ୍କୁ ମୃତ ଘୋଷଣା କରିଥିବା ବେଳେ ରବୀନ୍ଦ୍ର ମଣ୍ଡଳର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏହି ରାସ୍ତାରେ ସବୁ ସମୟରେ ଭାରିଯାନ ଯାଇ ରାସ୍ତା ଖରାପ କରୁଥିବା କାରଣରୁ ଏହି ଦୁର୍ଘଟଣା ହୋଇଥିବା ନେଇ ସ୍ଥାନୀୟ ଲୋକେ ରାସ୍ତାରେ ଶୋଇ ରାସ୍ତା ରୋକ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe