ରାସନ କାର୍ଡକୁ ନେଇ ଆସିଲା ବଡ ଖବର: ଡିଲର ପଏଣ୍ଟକୁ ଆସିବେନି ଦିବ୍ୟାଙ୍ଗ

Advertisment

ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି ।

ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି ।

dibyanga

କନକବ୍ୟୁରୋ: ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।

ରାସନକାର୍ଡ ଧାରୀଙ୍କ ସମସ୍ୟା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏପରିକି ରାସନ ପାଇଁ ହିତାଧିକାରୀ କିପରି ରାତି ଅଧରୁ ଲମ୍ବା ଲାଇନ ଦେଉଥିଲେ, ତାର ଦୃଶ୍ୟ କନକ ନ୍ୟୁଜରେ ଖବର ପ୍ରସାରଣ କରିଥିଲୁ ଆମେ । 

ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏବେ ଦିବ୍ୟାଙ୍ଗ ରାସନକାର୍ଡ ଧାରୀଙ୍କ ଘରେ ରାସନ ପହଂଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆଗକୁ ଚାଉଳ ଗହମ ରାସନ୍ କାର୍ଡଧାରୀଙ୍କୁ ଏକାଠି ମିଳିବ । ଥରେ ଟିପ ଚିହ୍ନ ଦେଇ ଲୋକେ ଚାଉଳ ଗହମ ଏକାସଙ୍ଗେ ନେଇପାରିବେ। ଏହାସହ କଣ୍ଟ୍ରୋଲ ଡିଲର୍ ମାନଙ୍କ କୋଭିଡ ବେଳର ବକେୟା ଆସନ୍ତା ସପ୍ତାହେ ଭିତରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe