କନକବ୍ୟୁରୋ: ଏବେ ଦିବ୍ୟାଙ୍ଗ ରାସନ୍ କାର୍ଡଧାରୀଙ୍କ ଘରେ ପହଂଚିବ ରାସନ୍ । ଆଉ ସେମାନଙ୍କୁ ଡିଲର ପଏଣ୍ଟକୁ ଆସିବା ଆବଶ୍ୟକ ପଡ଼ିବ ନାହିଁ । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଦେଇଛନ୍ତି।
ରାସନକାର୍ଡ ଧାରୀଙ୍କ ସମସ୍ୟା ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା । ଏପରିକି ରାସନ ପାଇଁ ହିତାଧିକାରୀ କିପରି ରାତି ଅଧରୁ ଲମ୍ବା ଲାଇନ ଦେଉଥିଲେ, ତାର ଦୃଶ୍ୟ କନକ ନ୍ୟୁଜରେ ଖବର ପ୍ରସାରଣ କରିଥିଲୁ ଆମେ ।
ରାଜ୍ୟ ସରକାର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ଏବେ ଦିବ୍ୟାଙ୍ଗ ରାସନକାର୍ଡ ଧାରୀଙ୍କ ଘରେ ରାସନ ପହଂଚାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯୋଗାଣ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଆଗକୁ ଚାଉଳ ଗହମ ରାସନ୍ କାର୍ଡଧାରୀଙ୍କୁ ଏକାଠି ମିଳିବ । ଥରେ ଟିପ ଚିହ୍ନ ଦେଇ ଲୋକେ ଚାଉଳ ଗହମ ଏକାସଙ୍ଗେ ନେଇପାରିବେ। ଏହାସହ କଣ୍ଟ୍ରୋଲ ଡିଲର୍ ମାନଙ୍କ କୋଭିଡ ବେଳର ବକେୟା ଆସନ୍ତା ସପ୍ତାହେ ଭିତରେ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/10/20/W1DV2E0bzNuw4fIWmrOX.jpg)